ନକଲି ନୋଟ ଜବତ; ୨ ଗିରଫ ।

0 230

ଟିଟିଲାଗଡ,୧୦/୦୪: ଟିଟିଲାଗଡ଼ ଥାନା ଅଞ୍ଚଳରେ ପୂର୍ବରୁ ବହୁବାର ନକଲି ନୋଟ ଜବତ ହୋଇଥିବା ବେଳେ ଆଜି ପୁଣି ଥରେ ନକଲି ନୋଟ ଜବତ ହେବା ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ପୋଲିସ ଟିଟିଲାଗଡ଼ ସହରର ରଘୁନାଥ ପଡା ନିବାସୀ ମହମ୍ମଦ ସମିମ ଏବଂ ସିକେର ନିବାସୀ ନେତ୍ରାନନ୍ଦ ରାଉତଙ୍କୁ ଗିରଫ କରିଛି । ଏନେଇ ଟିଟିଲାଗଡ଼ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡିପିଓ ଯଶୋବନ୍ତ ପ୍ରଧାନୀ, ଆଇଆଇସି କଲ୍ୟାଣୀ ବେହେରାଙ୍କ ସୂଚନା ମୁତାବକ ଅଭିଯୁକ୍ତ ଦୀର୍ଘ ଦିନରୁ ନକଲି ନୋଟ ବ୍ୟବସାୟ କରୁଥିଲେ । ଏନେଇ ବଲାଙ୍ଗିର ଏସପି ଅଭିଳାଷଜୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ ସହ ଗତକାଲି ସନ୍ଧ୍ୟାରେ ଚଢ଼ାଉ କରାଯାଇଥିଲା । ଅଭିଯୁକ୍ତଙ୍କ ଠାରୁ ୪୯ ହଜାର ଟଙ୍କାର ନକଲି ନୋଟ ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ଅଣାଯାଇ କୋଉଠି ନକଲି ନୋଟ ଛପା ଯାଉଛି, ଏହାର ମାଷ୍ଟର ମାଇଣ୍ଡ କିଏ ସେ ନେଇ ତଦନ୍ତ ହେବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.