ନକଲି ନମ୍ବର ପ୍ଲେଟ ବ୍ୟବହାର କରି ଯୁବକ ଗିରଫ ।

0 274

ଭଞ୍ଜନଗର,୦୪/୦୩(ପିପିଟି) : ଆଜି ଭଞ୍ଜନଗର ମୁଖ୍ୟ ସଡ଼କରେ ଜଣେ ବାଇକ ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇ ଯାଉଥିଲା। ପୋଲିସ ସନ୍ଦେହ କରି ଉକ୍ତ ଗାଡ଼ିର ପିଛା କରି ଗାଡ଼ିକୁ ଅଟକାଇବାରେ ସକ୍ଷମ ହୋଇଥିଲା।
ଏହାପରେ ଗାଡ଼ିର ନମ୍ବର ପ୍ଲେଟ ଯାଞ୍ଚ କରିବାରୁ ତାହା ନକଲି ନମ୍ବର୍‌ ଥିବା ଜଣାପଡିଥିଲା। ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ସଂଧ୍ୟାରେ କୋର୍ଟ ଚାଲାଣ କରିଛି।ଏହି ଘଟଣାରେ ସୋରଡ଼ା ପଞ୍ଚାନନ ଛକର ରବି ରାଓ(୩୦) ସମ୍ପୃକ୍ତ ଥିବାରୁ ଭଞ୍ଜନଗର ଥାନା କେସ ନଂ ୨୨୯/୨୫ରେ ଏଜ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ ଅଭିଯୁକ୍ତ ରବି ଗୋଟିଏ ହିରୋ ଗ୍ଲାମର ଯାନ ବ୍ୟବହାର କରୁଥିଲେ। ଯାହାର ନମ୍ବର OD 01P 7004 ଥିଲା।କିନ୍ତୁ ଯାଞ୍ଚ ବେଳେ ତାହା ପ୍ରକୃତରେ ଏକ ହଣ୍ଡା ସାଇନ୍ ବାଇକର ନମ୍ବର ବୋଲି ଜଣାପଡ଼ିଥିଲା।
ତେଣୁ ନକଲି ନମ୍ବର ପ୍ଲେଟ ବ୍ୟବହାର କରି ଗାଡ଼ି ଚଳାଚଳ କରୁଥିବାରୁ ତାକୁ ଗିରଫ କରାଯାଇଛି।ଆଗକୁ ମଧ୍ୟ ଟ୍ରାଫିକ ନିୟମକୁ ନେଇ ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.