ଧ୍ୟାନ ଦେବେକି ନୂଆ ସରକାର ?, ସଂରକ୍ଷଣ ଏବଂ ବିଭିନ୍ନ ଜଳଉତ୍ସ ଗୁଡିକ ପୁନଃଉଦ୍ଧାର ପାଇଁ ଗୁରୁତ୍ବ ପୁର୍ଣ ସାମୁହିକ ପ୍ରସଙ୍ଗ।
ବୋଲଗଡ ,୨୩/୦୬(ପିପିଟି): ଜେଷ୍ଠମାସ ସରି ଆଷାଢ ମାସ ଆରମ୍ଭ ହେବାକୁ ବସିଲାଣି କିନ୍ତୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି କମିନାହିଁ। ପ୍ରଚଣ୍ଡ ରୌଦ୍ରତାପରେ ଉତ୍ତପ୍ତ ବାୟୁ ପ୍ରଭାବରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୦ ହେଲେ ବାହାରକୁ ବାହାରିବା ସମ୍ଭପର ହେଉନାହିଁ।ବୋଲଗଡ ବ୍ଲକ ଅଞ୍ଚଳରେ ନଦୀ , ନାଳ ନ ଥିବା ବେଳେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳସ୍ତର ଦିନକୁ ଦିନ ହ୍ରାସ ପାଉଅଛି। ବୋଲଗଡ ବ୍ଲକ ଅଞ୍ଚଳର ପାନୀୟ ଜଳ ଅଭାବ ଦୂର କରିବାକୁ ମେଗା ପ୍ରକଳ୍ପ କାର୍ଯ୍ୟ ଅହେତୁକ ବିଳମ୍ବ ଫଳରେ ପାନୀୟ ଜଳ ପାଇବା ସ୍ବପ୍ନ ପାଲଟିଛି।। ଫଳରେ ଦିନକୁ ଦିନ ପାନୀୟ ଜଳର ଅଭାବ ଦେଖା ଦେଇଛି। ବୋଲଗଡ ବ୍ଲକ ଅଞ୍ଚଳର ମୁଖ୍ୟ ରାସ୍ତାରେ ପାନୀୟ ଜଳ ସୂ ବ୍ୟବସ୍ଥା ନ ଥିବା ଯୋଗୁଁ ବାଟୋଇ ମାନେ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଅଛନ୍ତି। ଜଦି ଏହି ଅଞ୍ଚଳ ରେ ଥିବା ଅଚଳ ନଳକୂପ,ପୂରୁଣା ଚୁଆ, କୁହ ପୋଖରୀ ଏବଂ ଯେଉଁ ସବୁ ଜଳ ଉତ୍ସ ଗୁଡିକ ଅଛି ସେଗୁଡ଼ିକ ଜଦି ପୁନରୁଦ୍ଧାର ହୋଇପାରନ୍ତା ଲୋକ ମାନେ ପାଣି ପାଇଁ ହନ୍ତସନ୍ତ ହୁଅନ୍ତେ ନାହିଁ। ଏପରିକି ଗ୍ରାମର ଗୃହପାଳିତ ପଶୁ ମାନଙ୍କର ଜଳକଷ୍ଟ ଦୁର ହୋଇପାରନ୍ତା। ତତସହିତ ବୋଲଗଡ଼ ଅଞ୍ଚଳର କିଛି କିଛି ସ୍ଥାନରେ ନଇ,ଝରଣା ଏବଂ ପୋଖରୀ କିଛି ଜଳ ଉତ୍ସ ଲୋକ ମାନଙ୍କର ଚାଷ କାର୍ଯ୍ୟ ତଥା ଅନ୍ୟାନ୍ୟ ଘରୋଇ ବ୍ୟବହାର ହୋଇଥାଏ। ଏହାର ପୁନଃରୁଦ୍ଧାର ଜଳ ସଂରକ୍ଷଣ ଏବଂ ମାଟିତଳ ଜଳସ୍ତର ବୃଦ୍ଧି କରିବା ରେ ଉପଯୋଗୀ ହୋଇପାରିବ। ଏହା ବ୍ୟତୀତ ବୋଲଗଡ଼ ଅଞ୍ଚଳର ଅନେକ ପରିବେଶ ସୁରକ୍ଷା ରେ ସାହାଯ୍ୟ କରିବ। ଏହି ପାନୀୟ ଜଳ ସମସ୍ୟା କୁ ଲକ୍ଷ୍ୟ କରି ନୂଆ ସରକାର ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହୋଇଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)