ବେଲଗୁଣ୍ଠା, ୨୮/୦୩(ପିପିଟି) : ଗତ ସେପ୍ଟେମ୍ବର ମାସରେ ଧୂମୂଛାଇ ସମିତିସଭ୍ୟ ତଥା ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଦେହାନ୍ତ ପରେ ବେଲଗୁଣ୍ଠା ଅଧ୍ୟକ୍ଷ ଏବଂ ଧୂମୂଛାଇ ସମିତିସଭ୍ୟ ପଦ ଖାଲି ପଡ଼ିଥିଲା I କିଛିଦିନ ତଳେ ବେଲଗୁଣ୍ଠା ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହୋଇ ବଡ଼ ବୋର୍ସିଂ ସମିତିସଭ୍ୟା ମମତା ଭୋଳ ବ୍ଳକ୍ ଅଧ୍ୟକ୍ଷା ରୂପେ ନିର୍ବାଚିତ ହୋଇଥିବା ବେଳେ ଧୂମୂଛାଇ ସମିତିସଭ୍ୟ ପଦବୀ ଖାଲି ପଡ଼ିଥିଲା I ଧୂମୂଛାଇ ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ ଆୟୋଗକଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଧୂମୂଛାଇ ପଂଚାୟତରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି I ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ପ୍ରକାରେ ଚଳିତ ମାସ ୨୭,୨୮ ଏବଂ ୨୯ ତାରିଖକୁ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ପ୍ରାର୍ଥୀପତ୍ର ଦାଖଲର ଦ୍ବିତୀୟ ଦିନରେ ବିଜେଡି ସମର୍ଥିତ ପ୍ରାର୍ଥୀନୀ ତଥା ପ୍ରଶାନ୍ତ ନାୟକଙ୍କ ଭ୍ରାତାବଧୂ ବିନୋଦିନୀ ନାୟକ ନିଜ ପ୍ରାର୍ଥୀପତ୍ର ବ୍ଳକ୍ କାର୍ଯ୍ୟାଳୟରେ ବିଡିଓ ବିଜୟ ପ୍ରଧାନଙ୍କ ନିକଟରେ ଦାଖଲ କରିଛନ୍ତି I ଆଜି ବିନୋଦିନୀ ଏବଂ ତାଙ୍କର ଶତାଧିକ ସମର୍ଥକଙ୍କ ସହ ପାଟୁଳୀ ସାହି ହନୁମାନ ମନ୍ଦିରରେ
ଆଶୀର୍ବାଦ ଭିକ୍ଷା କରିବା ପରେ କୁରୁଳାଇ,କେ.ବରପୁର,ଧୁମୁଛାଇ,ଉସ୍ତିଆ,ପାଟୁଳୀସାହି,ଡିମିରିପଲ୍ଲୀ, ସରପଲ୍ଲୀ ଓ ଗୁଡିପଲ୍ଲୀ ଗ୍ରାମ ପରିକ୍ରମା କରିବା ପରେ ବେଲଗୁଣ୍ଠା ବ୍ଳକ୍ ପଡିଆ ଠାରେ ପହଞ୍ଚିଥିଲେ । ସେଠାରେ ଶତାଧିକ ସମର୍ଥକଙ୍କ ସହ ଏକ ବାଇକ୍ ରାଲିରେ ଦିବା ୧.୩୦ ମି ରେ ବିଡିଓ ତଥା ନିର୍ବାଚନ ଦାୟିତ୍ୱରେ ଥିବା ବିଜୟ ପ୍ରଧାନଙ୍କ ନିକଟରେ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।ଏହି ସମୟରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଉପସ୍ଥିତ ଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଥାନାଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ବରେ ପୋଲିସ ମୁତୟନ ହୋଇଥିଲେ । ଆଜି ବିନୋଦିନୀ ଙ୍କ ସହିତ ସୋରଡା ନିର୍ବାଚନ ମଣ୍ଡଳୀ ପୁର୍ବତନ ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳ, ସରପଞ୍ଚ ରାମେଶ୍ବର ପାତ୍ର, ଦୁର୍ଗାମାଧବ ନାୟକ, ଜିଲ୍ଲା ପରିଷଦ ବିଦ୍ୟାଧର ବିଷୋୟୀ, ଜିଲ୍ଲା ପରିଷଦ ପ୍ରତିନିଧି ଚନ୍ଦ୍ର ଶେଖର ନାୟକ,ପାଣି ପଞ୍ଚାୟତ ସଭାପତି ତଥା ବିଜେଡି ସଙ୍ଗଠକ ସୁଶାନ୍ତ କୁମାର ନାୟକ, ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ,ଚୁଡଙ୍ଗ ସ୍ୱାଇଁ, ପୁର୍ବତନ ସରପଞ୍ଚ ତ୍ରିନାଥ ଗୋଛାୟତ ଙ୍କ ସହିତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ବିଜେଡି ନେତା,କର୍ମୀ ଉତ୍ସାହର ସହିତ ଯୋଗ ଦେଇଥିଲେ ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା