ଧାର ଟଙ୍କାକୁ ନେଇ ଯୁବକଙ୍କୁ ଛୁରା ମାଡ଼।

0 400

ପୋଲସରା ,୧୪/୧୦(ପିପିଟି) :ପୋଲସରା ମେଡ଼ିକାଲ ଛକ ନିକଟରେ ଛୁରା ମାଡ଼ରେ ଜଣେ ଯୁବକ ଆହତ ହୋଇ ପୋଲସରା ମେଡ଼ିକାଲରେ ଚିକିତ୍ସିତ ହେଇଥିବା ଜଣାପଡିଛି । ଛୁରା ମାଡ଼ରେ ଆହତ ହୋଇଥିବା ଯୁବ ଜଣଙ୍କ ହେଉଛନ୍ତି ତୋଟା ସାହିର ରବିନ୍ଦ୍ର କୁମାର ପ୍ରଧାନ । ପୀଡ଼ିତଙ୍କ ସୂଚନା ଅନୁଯାୟୀ ବହୁ ପୂର୍ବରୁ ମାଧବ ପ୍ରଧାନଙ୍କୁ କିଛି ଟଙ୍କା ଧାର ଦେଇଥିଲେ ରବୀନ୍ଦ୍ର । ସେହି ଧାର ଟଙ୍କା ମାଗିବାକୁ କେନ୍ଦ୍ର କରି ସଂନ୍ଧ୍ୟା ସମୟ ମେଡ଼ିକାଲ ଛକରେ ରବୀନ୍ଦ୍ର ଓ ମାଧବଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ମାଧବ ଏକ ଧାରୁଆ ଛୁରା ସାହାଯ୍ୟରେ ରବୀନ୍ଦ୍ର ଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହାତ ହୋଇଥିବା ରବୀନ୍ଦ୍ର ଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଉକ୍ତ ଘଟଣାକୁ ନେଇ ପୋଲସରା ପୋଲିସ୍ ପୋଲସରା ମେଡ଼ିକାଲରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ଉକ୍ତ ଘଟଣାକୁ ନେଇ ଖବର ଲେଖା ଯାଉଥିବା ସମୟରେ ପୋଲସରା ଥାନାରେ କୌଣସି ଏତଲା ହୋଇନଥିଲା ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.