ଧାମରାରେ ଅଲିଭ ରିଡଲେକଇଁଛ ଏବଂ ଡ଼ଲଫିନ ସୁରକ୍ଷା ପାଇଁ ସମୁଦ୍ର ମୁହାଣରେ ସଚେତନତା ଶିବିର।

0 220

ଧାମରା,୨୧/୦୩ : ବିଶ୍ୱରେ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ ଏବଂ ବିରଳ ପ୍ରଜାତି ର ବଟଲ ନୋଜ ଇର ୱାଡି ଡ଼ଲଫିନ ମାନଙ୍କ ସୁରକ୍ଷା ଏବଂ ଉପକୁଳ ସମୁଦ୍ର ତଟ ର ବେଳାଭୂମିକୁ ପରିଷ୍କାର ରଖିବା ପାଇଁ ଭଦ୍ରକ ଏ ସିଏଫ ସୁମିତ ମହାନ୍ତିଙ୍କ ତତ୍ୱାବଧାନରେ ଚାନ୍ଦବାଲି ରେଞ୍ଜ ଅଫିସ ର ସୁଶାନ୍ତ ବାଗ ଙ୍କ ଉପସ୍ଥିତ ରେ ଏକ ସୁରକ୍ଷା ଶିବିର ଚନ୍ଦନୀପାଳ ବେଳାଭୂମିରେ ଅନୁଷ୍ଠିତ ହୋଇ ଯାଇଛି। ଧାମରାଇ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ମାନେ ସଙ୍ଗଠିତ ଭାବେ ଚନ୍ଦନୀପାଳ ବେଳା ଭୂମି ରେ ପହଞ୍ଚିବା ପରେ ବେଳା ଭୂମି ସଫେଇ କରିଥିଲେ। ପରେ ଏହି ଅଞ୍ଚଳରେ ଜନସାଧାରଣଙ୍କ ନିମନ୍ତେ ଅଲିଭ ରିଡଲେ କଇଁଛ ଏବଂ ଡ଼ଲଫିନ ମାନଙ୍କ ସୁରକ୍ଷା ପାଇଁ ଏକ ବିଶାଳ ରାଲି ରେ ପ୍ଲା କାର୍ଡ ଧରି ସୁରକ୍ଷା ସମ୍ବଳିତ ସ୍ଲୋଗାନ ଦେଇ ଅଞ୍ଚଳ ପରିକ୍ରମା କରିବା ସହ ସୁରକ୍ଷା ସଚେତନତା ବାର୍ତା ବାଣ୍ଟି ଥିଲେ। ପରେ ଏସିଏଫ ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହେବା ସହ ଉପସ୍ଥିତ ବ୍ୟକ୍ତି ବିଶେଷ କଇଁଛ ଏବଂ ଡ଼ଲଫିନଙ୍କ ସୁରକ୍ଷା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ହୋଇଥିବା କାର୍ଯ୍ୟକ୍ରମରେ ମତ୍ସ୍ୟଜିବି, ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ,ବନକର୍ମଚାରୀ ସାମୁଦ୍ରିକ ଜୀବ ମାନଙ୍କ ସୁରକ୍ଷା ଦିଗରେ ଶପଥ ପାଠ କରିଥିଲେ।

Leave A Reply

Your email address will not be published.