ଧାନ ମଣ୍ଡିରେ କଟନି କାହା ସ୍ବାର୍ଥରେ ?

0 27

ବୋଲଗଡ଼,୨୪/୧(ପିପିଟି): ବୋଲଗଡ଼ ବ୍ଲକ ଅଞ୍ଚଳ ରେ ୨୨ଟି ସମବାୟ ସମିତିରେ ପଞ୍ଜୀକରଣ କରଣ କରିଥିବା ଚାଷୀମାନଙ୍କ ମଧ୍ୟ ରୁ ୨୫ଶତକଡ଼ା ଟୋକନ ଆସିଥିବା ବେଳେ ୭୫ଶତକଡ଼ା ଟୋକନ ଆସିନାହିଁ। କିନ୍ତୁ ଯେଉଁ ଚାଷୀ ମାନଙ୍କର ଟୋକନ ଆସିଛି ଧାନ ସେବା ସମବାୟ ସମିତି ରେ ଧାନ କୁଇଣ୍ଟାଲ ପିଛା ୫କିଗ୍ରା କାଟିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କିନ୍ତୁ ରାଜ୍ୟ ସରକାରଙ୍କ ନୀତି ନିୟମକୁ ଧଜିଆ ଉଠାଉଛନ୍ତି ସେବା ସମବାୟ ସଂପାଦକ। ରାଜ୍ୟ ସରକାର ଙ୍କ ନୀତି ନିୟମକୁ ଉଲ୍ଲଘଂନ କରି ଚାଷୀ ମାନଙ୍କ ଧାନକୁ କଟନି ଛଟନି କରୁଥିବା ନେଇ ଅସନ୍ତୋଷ ପ୍ରକାଶପାଇଛି। ଗୋଟିଏ କୁଇଣ୍ଟାଲ ପିଛା ୫କେଜି ଧାନ ଚାଷୀ ମାନଙ୍କ ଠାରୁ କଟା ଯାଉଥିବା ନେଇ କହିଛନ୍ତି ଚାଷୀ । ଜଦି ଗୋଟିଏ ଚାଷୀ ୧୦୦କୁଇଣ୍ଟାଲ ଧାନ ଦିଏ ତେବେ ତାଙ୍କ ଠାରୁ ସେବା ସମବାୟ ୫କୁଇଣ୍ଟାଲ ଧାନ କ୍ରୟ କରୁଥିବା ନେଇ ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ଧାର୍ଯ୍ୟମୂଲ୍ୟ ଧାନ କୁଇଣ୍ଟାଲ ପିଛା ୩୧୦୦ଟଙ୍କା ରହିଥିବା ବେଳେ ୫କୁଇଣ୍ଟାଲ ଧାନ ମୂଲ୍ୟ ପାଖାପାଖି ୧୫ହଜାର ପାଞ୍ଚଶହ ଟଙ୍କା। ତେବେ ଏହି ୧୫ହଜାର ପାଞ୍ଚଶହ ଟଙ୍କା କାହା ପେକଟକୁ ଯାଉଛି ବୋଲି ବୋଲଗଡ଼ ଅଞ୍ଚଳର ଚାଷୀ ଏବଂ ବିରୋଧୀ ମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ମିଳିଥିବା ସୂଚନା ଅନୁସାରେ ବୋଲଗଡ଼ ବ୍ଲକ ଅଞ୍ଚଳ ରେ ଥିବା ସେବା ସମବାୟ ସମିତି ରେ ଚାଷୀ ମାନଙ୍କ ଠାରୁ ୫କେଜି ଧାନ ବିଭିନ୍ନ ବାହାନା କରି କଟନି ଛଟନି କରୁଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଚାଷୀ ମାନଙ୍କ କହିବା କଥା ବହୁ ପରିଶ୍ରମ କରି ଧାନ ଅମଳ କରି ସେବା ସମବାୟ ସମିତି ମାଧ୍ୟମରେ ଧାନ ବିକ୍ରୟ କଲୁ କିନ୍ତୁ ୫କେଜି କାହିଁକି ସେବା ସମବାୟ କାଟୁଛି। ଯଦି ବିରୋଧ କରୁଛୁ ଧାନ ମିଲର୍ସ ନେବେ ନାହିଁ ବୋଲି କହିଛନ୍ତି। ଚାଷୀ ମାନେ ଧାନ ଘରକୁ ଗାଡ଼ି ଭଡାକରି ଫେରେଇ ଆଣିବା ଭୟରେ ଚାଷୀ ବିଭିନ୍ନ ଅସୁବିଧାରେ ପଡି କୁଇଣ୍ଟାଲ ପିଛା ୫କେଜି ଧାନ କାଟିବା ପାଇଁ ବାଧ୍ୟ ହେଉଛି ବୋଲି ହୋଇଛି ଅଭିଯୋଗ। ରାଜ୍ୟ ସରକାର ଗୋଟିଏ ପଟେ ଚାଷୀ ମାନଙ୍କ ଅମଳ ଧାନ ସୁଲଭ ଓ ଧାର୍ଯ୍ୟ ମୂଲ୍ୟରେ କ୍ରୟ କରିବା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ପାଞ୍ଚକେଜି ଧାନ ଚାଷୀ ମାନଙ୍କର କାଟିବା କେଉଁ ସ୍ବାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ବୋଲଗଡ଼ ଅଞ୍ଚଳ ର ଚାଷୀ ଓ ବୁଦ୍ଧିଜୀବୀ। ଚାଷୀ ମାନଙ୍କ ଝାଳ ବୁହା ଟଙ୍କା ଆତ୍ମସାତ କଲେ ଧର୍ମ ସହିବତ ବୋଲି ଚାଷୀ ଦୁଃଖରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.