ଧାନ ଫସଲ ଖାଇଲେ ହାତୀପଲ ।

0 0

ଟିଟିଲାଗଡ଼,୧୩/୧୨(ପିପିଟି):ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ବେଲଗାଁ ଫରେଷ୍ଟ ବିଟ ଅଞ୍ଚଳରେ ଗତକାଲି ରାତ୍ରୀ ଠାରୁ ହାତୀ ପଲ ପଶି ବ୍ୟାପକ ଧାନ ଫସଲ ଖାଇ ଦେବା ସହ ଅନେକଙ୍କ ପନିପରିବା ବାଡ଼ିରେ ଦଳାଚକଟା କରିଛନ୍ତି । ଖବର ପାଇ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି ବେଲଗାଁ ବନପାଳ ଏବଂ ପୋଲିସ ସହିତ ହାତୀଙ୍କ ପିଛା ଜାରି ରଖିଛନ୍ତି । ବନାଞ୍ଚଳ ଅଧିକାରୀଙ୍କ ସୂଚନା ମତେ ୫ ପୁରୁଷ,୨୬ ମାଈ ହାତୀ,୧୫ ଶାବକ ଗତକାଲି ରାତ୍ରୀରେ କଲାହାଣ୍ଡି ଜିଲ୍ଲା ପଟରୁ ତେଲ ନଦୀ ଡେଇଁ ଟିଟିଲାଗଡ଼ ବନାଞ୍ଚଳରେ ପ୍ରବେଶ କରିଛନ୍ତି । ଶିଶକେଲା ପଞ୍ଚାୟତ ତଥା ଆଖପାଖ ଅଞ୍ଚଳରେ ହାତୀପଲ ଅନେକଙ୍କ ଧାନ ଫସଲ ଖାଇବା ପରେ ଚିତାମରା ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଛନ୍ତି । ଡ୍ରୋନ କ୍ୟାମେରା ସହାୟତାରେ ହାତୀପଲଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ଗାଁ ଗୁଡିକରେ ଡାକ ବାଜି ଯନ୍ତ୍ର ଯୋଗେ ସତର୍କ କରାଯାଉଛି । ଶିଶକେଲା ପଞ୍ଚାୟତର କଡ଼ି ମାଝୀ, ଶେଷଦେବ ଭୋଇ, ଗୁର ରଣା, ଯୁଗଲାଲ ରଣା ଆଦି ଅନେକ ଚାଷୀଙ୍କ ଖଳାରେ ମଡାଇବାକୁ ଥିବା ତିନି ହଜାରରୁ ଉର୍ଦ୍ଧ୍ଵ ଭରା ଧାନ ଖାଇବା ସହ ପନିପରିବା ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.