ଧାନକେଣ୍ଡା ବାହାରିନି, ଚାଷ ଜମି ଫାଟି ଆଁ କଲାଣି, ଚାଷୀ ମୁଣ୍ଡରେ ଚଡ଼କ।

0 105

ବୋଲଗଡ଼,୨୭/୧୦(ପିପିଟି):ପ୍ରବାଦଅଛି ଆଗବୁଣ ପଛବୁଣ ଗର୍ଭଣାକୁ ଟୁଣୁ ଟୁଣୁ। ଅନେକ ପର୍ବ କୃଷି ସମ୍ବନ୍ଧୀୟ ହୋଇଥିଲା ବେଳେ ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ କୃଷିଭିତ୍ତିକ ପର୍ବ ଗର୍ଭଣା ସଂକ୍ରାନ୍ତି ।ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଗର୍ଭଣା ସଂକ୍ରାନ୍ତି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି । କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି ଏବଂ ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି । ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି- ଆଗେ ବୁଣୁ ପଛେ ବୁଣୁ, ଗର୍ଭଣା କୁ ଟୁଣୁ  ଟୁଣୁ। ଗର୍ଭଣା ସଂକ୍ରାନ୍ତି ବେଳକୁ ଆଗ ଓ ପଛ ବୁଣା ସମସ୍ତ ଧାନଗଛ ଗର୍ଭଧାରଣ କରିସାରିଥାଏ ଧାନ ଫୁଲ ଧରେ ଓ କେଣ୍ଡା ବାହାରେ। ପାର୍ବଣ ଋତୁରେ ଚାଷୀର ମୁଖ୍ୟ ପର୍ବ ଗର୍ଭଣା ସଂକ୍ରାନ୍ତି ହୋଇଥିଲା ବେଳେ ଚଳିତ ବର୍ଷ କିନ୍ତୁ ହର୍ଷ ଉଲ୍ଲାସ ପରିବର୍ତ୍ତେ ପାର୍ବଣ ଓ ଗର୍ଭଣା ପରଠାରୁ ଚାଷୀଙ୍କୁ ଯନ୍ତ୍ରଣା ଜର୍ଜରିତ କରିଛି। ଖରିଫ ଧାନ ଫସଲ ଆରମ୍ଭରୁ ବୋଲଗଡ଼ ଅଞ୍ଚଳରେ ବର୍ଷାଭାବ ଲାଗି ରହିଛି। ଅଧିକାଂଶ ଚାଷ ଜମି ବର୍ଷାଭାବ ରୁଆ ନ ହୋଇ ପାରି ପଡିଆ ପଡ଼ିଛି ଏଵଂ ରୁଆ ହୋଉଥିବା ଚାଷ ଜମି ଶୁଖି ଫାଟି ଆଁ ହୋଇଗଲାଣି। ଅଞ୍ଚଳର ଚାଷ ଜମି ରେ ଆସନ୍ନ ମରୁଡ଼ି ପରିସ୍ଥିତିର ଆଶଙ୍କା ଦେଖାଦେଇଛି। କ୍ଷୁଦ୍ର ସେଚନ ପ୍ରକଳ୍ପ ଜଳ ଭଣ୍ଡାର ବର୍ଷାଭାବ ରୁ ଶୁଖିଲା ପଡ଼ିଛି। ଚଳିତ ବର୍ଷ ଚାଷୀ ଗର୍ଭ ଧାରଣ କରିଥିବା ଧାନ ଗଛ ଆଉ ପୂଜା କରିପାରିବ ନାହିଁ। ଚଳିତ ବର୍ଷ ପାର୍ବଣ ଓ ଗର୍ଭଣା ଚାଷୀଙ୍କୁ ନିରାଶ କରିଥିବା ବେଳେ ଚାଷୀ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। କୃଷି ଓ ରାଜସ୍ବ ବିଭାଗ ବୋଲଗଡ଼ ର ମରୁଡି ପରିସ୍ଥିତି ଆକଳନ କରି ଚାଷୀଙ୍କୁ ବିକଳ୍ପ ଫସଲ ସହାୟତା ପ୍ରଦାନ ପାଇଁ ଦାବୀ ମଧ୍ୟ ଉଠୁଛି। ବୋଲଗଡ଼ ରେ ବର୍ଷା ନାହିଁ ଓ ଜଳସେଚନ ବିପର୍ଯ୍ୟସ୍ତ କୌଣସି ଜଳ ଭଣ୍ଡାର ରେ ପାଣି ନାହିଁ ଏହାହିଁ ପବିତ୍ର ଗର୍ଭଣା ପରଠାରୁ ଚାଷୀଙ୍କୁ ଯନ୍ତ୍ରଣା ଦେଇଛି । ପାର୍ବଣ ରେ ଚାଷୀ ମନ ଫିକା ପଡିଯାଇଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.