ଯାଜପୁର,୦୨/୦୯(ପିପିଟି):ଧର୍ମଶାଳା ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ଆଜି ବିଧାୟକଙ୍କ ଦ୍ୱାରା ପ୍ରକଳ୍ପଗୁଡିକର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି। ଆଜି ପୁର୍ବାହ୍ନରେ ବିଧାୟକ ହିମାଂଶୁ ଶେଖହର ସାହୁ ଅରେଇକଣା ଠାରେ ପହଞ୍ଚୁ ପୂର୍ବ ବିଭାଗ ପକ୍ଷରୁ ହେବାକୁ ଥିବା ବାଲିଚନ୍ଦ୍ରପୁର-ବରୁହାଁ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ପରେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଥିବା ସୁନାରୀ ଠାରୁ ଶେଣ୍ଢପୁର ପର୍ଯ୍ୟନ୍ତ ନୂତନ ରାସ୍ତାର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଜାରକା ଜଳସେଚନ ବିଭାଗ ପକ୍ଷରୁ ୧୪ନଂ ହାଇଲେବୁଲ କେନାଲର ଦୀର୍ଘ ୩.୫ କିଲୋମିଟର ପର୍ଯ୍ୟନ୍ତ କେନାଲର ପୁନରଉଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ସେଠାରେ ଜାରକା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାସ ଓ ସହକାରୀ ନିର୍ବାହୀଯନ୍ତ୍ରୀ ସବ୍ୟସଚିନ ବିଶ୍ଵାଳ ପ୍ରମୁଖ ପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହିପରି ଜାରକା ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେବାକୁଥିବା ବ୍ଳକ ଶିକ୍ଷାଧିକାରୀଙ୍କ ନୁତନ ଗୃହର ଶିଳାନ୍ୟସ କରିଥିଲେ। ତେବେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଆଗକୁ ଉନ୍ନତିକରଣ ଓ ନୂତନ ପ୍ରକଳ୍ପର କାର୍ଯ୍ୟଗୁଡିକ ଦୃତ ଗତିରେ ଆଗେଇ ଚାଲିବ ବୋଲି ବିଧାୟକ ସାହୁ କହିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେପି କର୍ମୀମାନେ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ କରିଥିଲେ ।