ଧର୍ମଶାଳାରେ ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ପାଳନ ।

0 61

ଯାଜପୁର,୦୬/୦୪(ପିପିଟି ): ଦେଶବ୍ୟାପି ଆଜି ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରାକାସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆରେ ବିଜେପିର ପ୍ରତିଷ୍ଠା ଦିବସ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପଶ୍ଚିମବଙ୍ଗ ନିର୍ବାଚନରେ ସେଠାରେ ଥିବାରୁ ସେ ଆଜିର କାର୍ଯ୍ୟକ୍ରମରେ ଯୋଗଦେଇପାରିନଥିଲେ । ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଗିରିଧାରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କା୍‌ର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ, ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମାତା ତଥା ସମାଜସେବୀ ମିନତୀ ସାହୁ, ପୁର୍ବତନ ସାଂସଦ ରୀତା ତରେଇ, ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ଦାସ, ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର, ସାଂସଦ ପ୍ରତିନିଧି କାହ୍ନୁ ଚରଣ ଦାଶ, ଅରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ଜାରକା ମଣ୍ଡଳ ସଭାପତି ଦେବଦତ ପଣ୍ଡା, ଜେନାପୁର ମଣ୍ଡଳ ସଭାପତି ଶ୍ରୀବତ୍ସଧିର, ବାରବାଟୀ ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା, କୋତପୁର ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେପି ଦଳ ଶୁଭାରମ୍ଭ ଓ ଆଜିପର୍ଯ୍ୟନ୍ତ ଦଳର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ଆଜିର ଏହି କା୍‌ର୍ଯ୍ୟକ୍ରମକୁ ବିଜେପି ଯୁବ ସଙ୍ଗଠକ ରାଜେଶ କୁମାର ପାଳ, ଦେବରାଜ ମିଶ୍ର,ପ୍ରଦୀପ ପରିଡା, ଉପେନ୍ଦ୍ର କର, ଆଲୋକ ଲେଙ୍କା, ଚନ୍ଦ୍ରମଣି ପଣ୍ଡିତ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

Leave A Reply

Your email address will not be published.