ଯାଜପୁର,୦୮/୦୨(ପିପିଟି):ଧର୍ମଶାଳାର ଯୁବ ବିଜେପି ନେତା ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଧର୍ମଶାଳା ବ୍ଲକ ଅନ୍ତର୍ଗତ କୁମାରୀ ଓ ଚହଟା ଗ୍ରାମପଞ୍ଚାୟତରେ ଗାଁ କୁ ଚାଲ ଅଭିଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେବା ସୁଶାସନ ଓ ଗରିବ କଲ୍ୟାଣର ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଘର ଘର ବୁଲି ଲୋକଙ୍କ ସହିତ ଆଲୋଚନା କରିବା ସହିତ ପଞ୍ଚାୟତବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।ଆଗାମୀ ଦିନରେ ଆଗକୁ ଲଢେଇ ଆହୁରି ତୀବ୍ର ହେବ ଏହା ସହିତ ଲୋକଙ୍କ ହକ୍ ପାଇଁ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ଦୁର୍ନୀତି ଅତ୍ୟାଚାର ବିରୁଦ୍ଧରେ ଲଢେଇ ଜାରିରହିବ ବୋଲି ହିମାଂଶୁ କହିଛନ୍ତି । ଆଜି ଏହି କାର୍ଯ୍ୟକ୍ରମରେ ୪ ହଜାର ଲୋକରୁ ଉର୍ଦ୍ଧ୍ବ ଯୋଗେଦେଇ ବିରାଟ ପଟୁଆର ପଞ୍ଚାୟତ ପରିକ୍ରମା କରିଥିଲେ ଏହାକୁ ଦେଖି ଶାସକ ଶିବିରରେ କମ୍ପନ ବୋଲି ଲୋକେ ଆଲୋଚନା କରୁଛନ୍ତି ।
.