ଧର୍ମପରାୟଣ ମହିଳାଙ୍କ ପରଲୋକ ।

0 33

ଭଞ୍ଜନଗର, ୮/୧୦(ପିପିଟି):ଭଞ୍ଜନଗର ଏନଏସିର ପୂର୍ବତନ କର୍ମଚାରୀ ସ୍ବର୍ଗତ ବଳଭଦ୍ର ପତିଙ୍କ ଧର୍ମପତ୍ନୀ ବିଷ୍ନୁପ୍ରିୟା ପତିଙ୍କର ଗତ ୬ ତାରିଖ ରାତ୍ର ୯ଘଣ୍ଟ ସମୟରେ ତୁଳସୀପଲ୍ଲୀ ଠାରେ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଗତ କିଛି ଦିନ ହେଲା ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡପୁଅ ସାହିତ୍ୟିକ ଅରୁଣାଞ୍ଚଳ ପତି ,ସାନପୁଅ ଭାସ୍କର ପତି, ଝିଅ ଶୁଭଶ୍ରୀ ପତି, ଜାମାତା ଭଗବାନ ଙ୍କ ସମେତ ବଡ ବୋହୁ ପୁଷ୍ପାଞ୍ଜଳି ପତି, ସାନ ବୋହୁ ମିନତି ପତି ଏବଂ ନାତି ନାତୁଣୀ,ବନ୍ଧୁବର୍ଗ ଉପସ୍ଥିତ ଥିଲେ  । ସେ ଜଣେ ଧର୍ମପରାୟଣ, ପରୋପକାରୀ ଏବଂ ମିଷ୍ଟଭାଷୀ ମହିଳା ହୋଇଥିବାରୁ ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.