ଧରାପୃଷ୍ଠରେ ସୌନ୍ଦର୍ଯ୍ୟ ଭରିଦେଇଛି ପଳାଶ ଫୁଲ। ନାହିଁ ତାର ବାସ କିନ୍ତୁ ବାଣ୍ଟୁ ଥାଏ ହସ।

0 233

ବୋଲଗଡ଼,୨୫/୦୩(ପିପିଟି):ପ୍ରତେକ ଋତୁ ସ୍ପର୍ଶରେ ନିଜକୁ ବିଭିନ୍ନ ରୂପରେ ସଜେଇ ହୋଇଥାଏ ପ୍ରକୃତି ରାଣୀ। ସାତ ଋତୁ ମଧ୍ୟରେ ଋତୁରାଜ ବସନ୍ତ ର ଆଗମନ ରେ ପ୍ରକୃତି ରାଣୀ ନିଜକୁ ବିଭିନ୍ନ ରଙ୍ଗୀନ ଫୁଲ ରେ ସଜେଇ ହୁଏ। ଗାଁ ହିଡ, ଗାଁ ମୁଣ୍ଡ, ଜଙ୍ଗଲ ପୋଖରୀ ତୁଠ ସବୁଠି ଏବେ ଲାଲ ଟହ ଟହ ପଳାଶ ଫୁଲର ବଗିଚା। ପ୍ରେମିକ ପ୍ରେମିକା ମନ ରେ ଉନ୍ମାଦ ଆସିଯାଏ ଓ କବି ପ୍ରାଣ ପ୍ରଫୁଲିତ ହୋଇଯାଏ । ବସନ୍ତ ରେ ସମସ୍ତ ଫୁଲ ନିଜ ନିଜ ରଙ୍ଗ ଓ ବାସ୍ନାରେ ସମସ୍ତଙ୍କ ଆଦର ପାଇଥାନ୍ତି କିନ୍ତୁ ହେଲେ ପଛରେ ପଡ଼ିଯାଏ ଏହି ମହକହୀନ ପଳାଶ। ଏହି ଫୁଲ ରେ ବାସ୍ନା ନାହିଁ ସତ କିନ୍ତୁ ଏହାର ସୌନ୍ଦର୍ଯ୍ୟ ମନମୁଗ୍ଧକର। କିନ୍ତୁ ପତ୍ରଝଡ଼ା ଟାଙ୍ଗରା ଜଙ୍ଗଲ ମଧ୍ୟରେ ନିଜ ସ୍ଥିତି ଜାହିର କରିଥାଏ ଏହି ପଳାଶ ଫୁଲ ସତେ ଯେମିତି ପତ୍ରଝଡ଼ା ନିରାଶ ଜଙ୍ଗଲ ମଧ୍ୟ ରେ ଆଶା ର ଜ୍ୟୋତି ଜାଳି ଦିଏ । ଏମିତି ଅନୁଭବ ହୋଇଥାଏ ଯେମିତି କେହି ଯାଳି ଦେଇଛି ଉଜ୍ଜଳ ଦୀପଟିଏ। ସେଥି ପାଇଁ ତାକୁ ପଳାଶ କୁହାଯାଏ। “ଫ୍ଲେମ ଅଫ ଫରେଷ୍ଟ” ପଳାଶ ମହକହୀନ ହେଲେ କଣ ହେଲା ଏହାର ନିଜସ୍ଵ ମହତ୍ତ୍ଵ ରହିଛି। ପଳାଶ ବି ପୂଜା ହୁଏ ଭଗବାନ ଙ୍କ ଠାରେ । ପଶ୍ଚିମ ଓଡ଼ିଶାରେ ଚୈତ୍ର ମାସ ରେ ସମସ୍ତ ଦେବୀ ମାଁ ଙ୍କ ଠାରେ ଓ ଦକ୍ଷିଣ ଓଡ଼ିଶାରେ ଶିବରାତ୍ରି ରେ ଭଗବାନ ଶିବ ଙ୍କ ନିକଟ ରେ ପୂଜା ହୁଏ ଏହି ମହକହୀନ ପଳାଶ । ପଳାଶ ଫୁଲ କୁ ପାଣି ରେ ଭିଯାଇ ତାର ପାଣି କୁ ପିଇଲେ ପେଟ ଜନିତ ରୋଗ ଭଲ ହୋଇଥାଏ ବୋଲି ଆୟୁର୍ବେଦ ପୁସ୍ତକରେ ବର୍ଣ୍ଣନା ଅଛି । ଖାଲି ସେତିକି ନୁହେଁ ପଳାଶ କୁ ଦେଖିଲେ କବି ମନ ଉତଫୁଲିତ ହୋଇ ଉଠେ। କବିର କଲମ ରେ ଆପେ ଆପେ ଲେଖି ହୋଇଯାଏ ଅନେକ କବିତା। ଭାରତ ର ବିଭିନ୍ନ ରାଜ୍ୟ ରେ ପଳାଶ ଫୁଲ ଓ କାଠ ର ମହତ୍ତ୍ଵ ରହିଛି । କେରଳ ର ବ୍ରାହ୍ମଣ ମାନେ ଏହି ପଳାଶ ଫୁଲକୁ ପୂଜା ସମୟ ରେ ବ୍ୟବହାର କରିବା ସହ ଏହାର କାଠ କୁ ହୋମ ରେ ବ୍ୟବହୃତ ଶୁଭ ଯାହାକି ଆହୁତି ସମୟରେ ଅର୍ଘ୍ୟ ପ୍ରଦାନରେ ବ୍ୟବହୃତ ହୁଏ। ଏବଂ ଝାଡ଼ଖଣ୍ଡ ରାଜ୍ୟରେ ଏହି ଫୁଲ କୁ ରାଜ୍ୟ ସ୍ତରୀୟ ମାନ୍ୟତା ମିଳିଛି । ଏମିତି ରେ ଏହି ପଳାଶ ଫୁଲଟି ଋତୁରାଜ ବସନ୍ତ ର ମହକହୀନ ଫୁଲ ହେଲେ ବି ସମସ୍ତଙ୍କୁ ଆକର୍ଷିତ କରିଥାଏ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.