***ଧନ୍ଯ ନନ୍ଦିଘୋଷ ରଥ***

0 24

ଧନ୍ଯ ନନ୍ଦିଘୋଷ ରଥ
ଯେଉଁ ରଥେ ବିଜେ କରିଛନ୍ତି ଜଗନ୍ନାଥ (ଘୋଷଣା)
ଦେଖ ଦେଖ ନନ୍ଦିଘୋଷ ଚିତ୍ର ଯେ ବିଚିତ୍ର
ଝୁମ୍ପା ଝୁମ୍ପା ଫୁଲ ମାଳ କି ଦେଖଇ ନେତ୍ର
ନାନା ରଙ୍ଗ ଚାନ୍ଦୁଆ ଯେ ହୋଇଛି ଆବୃତ୍ତ
ସିଂହାସନ ସୁସଜ୍ଜିତ ହୋଇଛି ପ୍ରସ୍ତୁତ…।୧।
ଶ୍ରୀମନ୍ଦିରୁ ଜଗନ୍ନାଥ ହୋଇଣ ବାହାର
ଭିଡାଭିଡି ହୋଇ ଦୃଢ଼େ ପଣ୍ଡା ତତପର
ସେବାୟତମାନେ ଘେରି କାଳିଆଙ୍କୁ ଧରି
ପହଣ୍ଡି ବିଜେ କରାନ୍ତି କେଡେ ଶ୍ରମ କରି….।୨।
ଛେରା ପହଁରା ରଥରେ କରି ଗଜପତି
ଆଦ୍ଯ ସେବକ ବୋଲିଣ କରନ୍ତି ବିନତି
ରଥାରୁଢ ଜଗତ ଆହା କି ସୁନ୍ଦର
କେରୀ କରୀ ତୁଳସୀର ଲମ୍ବିଛି ଡୋର….।୩।
କର୍ପୁର ଚନ୍ଦନ ବାସ ଛୁଟଇ ପବନେ
ଆତ୍ମା ତୃପ୍ତ ହୁଏ କ୍ଷଣେ କରିଣ ଆଘ୍ରାଣେ
ଡାହୁକ ଡାକ ଦିଅ ଟାଣ ଟାଣ ରଥ
ଭକତ ମନ ବ୍ୟାକୁଳ ଦେଖି ଜଗନ୍ନାଥ….।୪।
ଭକତ ଜନ ଗହଳ ଚହଳ ଲାଗିଛି
ନନ୍ଦିଘୋଷ ସମୀପରେ ଘଣ୍ଟ ବାଜୁଅଛି
ହରି ହରି ବୋଲୁଛି କେ ନାଚୁଛି ଉଦଣ୍ଡେ
କର ପତ୍ର ଯୋଡି ଭକ୍ତ ଠିଆ ବଡଦାଣ୍ଡେ…।୫।
କାହା ନୟନରୁ ଅଶ୍ରୁ ବିଗଳିତ ହୋଇ
ଝର ଝର ଝରୁଅଛି ଭାବ ରସ ପିଇ
ପତିତ ପାବନ ହରି ଶୁଣିମା ଗୁହାରୀ
କେଶବକୁ ହୁଅ ସାହା ହେ ବଇଁଶୀ ଧାରୀ…।୬।

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.