ଦ୍ୱିତୀୟ ପର୍ଯ୍ୟାୟ ‘ ସମ୍ଭବ ‘ ତାଲିମ ଶିବିର ଉଦଘାଟିତ ।

0 221

ମାଲକାନଗିରି,୨୧/୦୭(ପିପିଟି) :ସ୍ଥାନୀୟ ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ମାଲକାନଗିରି ଜିଲ୍ଲାର ୧୨୯ ଟି ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ୫ ଦିନିଆ ତାଲିମ ଶିକ୍ଷଣ ପେଟିକା ‘ସମ୍ଭବ ‘ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତାଲିମ ଶିବିରକୁ ଉଦଘାଟନ କରି ପ୍ରଧାନ ଶିକ୍ଷକମାନଙ୍କ ନେତୃତ୍ୱ ବିକାଶ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ । ଖଇରପୁଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଗଣ୍ଡ, ଉଚ୍ଚ ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମମତା ସଏ, ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଶୈକ୍ଷିକ ସଂଯୋଜକ ଶେଷ ଶଙ୍କର ମହାଳିକ ମଞ୍ଚାସୀନ ଥିଲା ବେଳେ, ସାଧନ କର୍ମୀ ଭାବେ ଦିଲ୍ଲୀପ କୁମାର ଗଣ୍ଡ,ଅଜୟ କୁମାର ନାୟକ, ଦିଲ୍ଲୀପ କୁମାର ସାହୁ ଓ ଦେବରାଜ ସେଠୀ ଉପସ୍ଥିତ ଥିଲେ । ଏହି ପାଞ୍ଚ ଦିନିଆ ‘ସମ୍ଭବ’ ତାଲିମ ଶିବିରରେ ଏନସିଏଫ ଓ ଏନଇପି- ୨୦୨୦ ର ଉଦ୍ଦେଶ୍ୟ ଓ ଶୈକ୍ଷିକ ଲକ୍ଷ୍ୟ, ମାନ ନିର୍ଦ୍ଧାରଣ, ନେତୃତ୍ୱ ବିକାଶ, ସାମାଜିକ, ଆବେଗିକ ଓ ନୈତିକ ବିକାଶ, ଅନ୍ତର୍ନିବେଶୀ ଶିକ୍ଷା ଓ ସମତା, ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ସାଇବର ସୁରକ୍ଷା, ବିଦ୍ୟାଳୟ ଓ ଆର୍ଥିକ ପରିଚାଳନା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗୋଷ୍ଠୀ ସମ୍ପର୍କ, ଉପସ୍ଥାନ ଅବଧାରଣ ବୃଦ୍ଧି ଓ ପାଠ ତ୍ୟାଗୀର ନିରାକାରଣ, ଧନ୍ଧାମୂଳକ ଶିକ୍ଷା,ଏସଡିଜି, ଡିଆଇଏସଇ ଓ ପିଜିଆଇ ବିଦ୍ୟାଳୟ ବିକାଶ ଯୋଜନା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି କରାଯିବାର କାର୍ଯ୍ୟକ୍ରମ ରହିଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.