ଦୋଳଯାତ୍ରା ବାଣ ବିସ୍ପୋରଣରେ ଆହତ ଯୁବକଙ୍କ ମୃତ୍ୟୁ ।

0 93

କୋଦଳା,୧୮/୦୩(ପିପିଟି) :କୋଦଳା ଦୋଳଯାତ୍ରାରେ ମେଳଣ ପର୍ବର ଦ୍ଵିତୀୟ ଦିବସ ରେ ଆକସ୍ମିକ ବାଣ ବିସ୍ପୋରଣ ରେ ଗୁରୁତର ଆହାତ ହୋଇ ଭୁବନେଶ୍ୱର ଏମସ ମେଡିକାଲ ରେ ଚିକିଛିତ ହେଉଥିବା ଜିତେନ୍ଦ୍ର କୁମାର ପରିଡା (ପାଣ୍ଡା)୨୪ ଙ୍କ ସୋମବାର ବିଳମ୍ବିତ ରାତ୍ରରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ପାର୍ଥିବ ଶରୀର ନିଜ ଗ୍ରାମ କୋଦଳାରେ ପହଞ୍ଚିବା ପରେ ଗ୍ରାମରେ ଅପେକ୍ଷା କରି ରହିଥିବା ହଜାର ହଜାର ଆବାଳ ବୃଦ୍ଧ ବନିତାଙ୍କ ଆଖିରେ ଲୁହ ବାହାରିଥିଲା! ଶୋକାକୁଳ ପରିବେଶରେ ଏକ ବିରାଟ ପଟୁଆର ରେ ଗ୍ରାମ ପରିକ୍ରମା କରି ଶେଷରେ ପୁରୀ ସ୍ବର୍ଗଧାମ ଅଭିମୁଖେ ଯାତ୍ରା କରିଥିଲା ସ୍ବର୍ଗତ ଜିତେନ୍ଦ୍ରଙ୍କ ପାର୍ଥିବ ଶରୀରକୁ ନେଇ ସ୍ୱର୍ଗଦ୍ୱାର ରଥ । ପ୍ରକାଶ ଥାଉ କି କୋଦଳା ଦୋଳଯାତ୍ରାର ଦ୍ଵିତୀୟ ଦିନରେ ଦିନରେ ପ୍ରଶାସନ ର ବାରଣ ସତ୍ୱେ ବାଣ ଫୁଟା ରୁ ଅଘଟଣ ସୃଷ୍ଟି ହୋଇଥିଲା । ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ୫ ରୁ ଅଧିକ ଆହାତ ମଧ୍ୟ ହୋଇଥିଲେ । ଆହତ ମାନେ ପ୍ରାଥମିକ ଚିକିତ୍ସା ପରେ ପରେ ନିଜ ଘରକୁ ଫେରିଥିବା ବେଳେ ଗୁରୁତର ଜିତେନ୍ଦ୍ର ପରିଡାଙ୍କୁ ପ୍ରଥମେ କୋଦଳା, ପରେ ବ୍ରହ୍ମପୁରରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ଶଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏମସ କୁ ସ୍ଥାନାନ୍ତର କରାଯାଇଥିଲା । ୫ ଦିନର ସଂଘର୍ଷ ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲା ମାତ୍ର ୨୪ ବର୍ଷର ଯୁବକ ଜିତେନ୍ଦ୍ର । ବେଆଇନ ବାଣ ଫୁଟାଇ ଦୁର୍ଘଟଣା ସୃଷ୍ଟି କୁ ନେଇ କୋଦଳା ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଦୁଇଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ବେଳେ ପୁର୍ଣିମା ରେ ହେବାକୁ ଥିବା ବାଣ ଯାତ୍ରାକୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା । ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.