ଦେଶୀ ଓ ବିଦେଶୀ ମଦ ଜବତ, ଜଣେ ଗିରଫ

0 247

ଭଞ୍ଜନଗର, ୧୫/୦୨(ପିପିଟି):ଆଜି ତାରସିଂ ପୋଲିସ୍ ପକ୍ଷରୁ ଚଢ଼ାଉ କରି କୁଡୁତେଇ ପଞ୍ଚାୟତ ସୁତୁମୁସର ଗ୍ରାମର ନାରାୟଣ ଦଳେଇ ଠାରୁ ଛୋଟ ବଡ଼ ବିଭିନ୍ନ ପ୍ରକାର ୧୦ଟି ଜାର୍କିନ୍ ରେ ଥିବା ୩୧୫ଲିଟର ଦେଶୀ ମଦ, ୭ଟି ବୋତଲ ବିଭିନ୍ନ ବ୍ରାଣ୍ଡର ୧,୨୬୦ଲିଟର ବିଦେଶୀ ମଦ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ଜବତ କରାଯାଇଛି।ଏହି ଘଟଣାରେ ତାରସିଂ ଥାନାରେ ଆଜି କେସ ନଂ ୮୧, ୟୁ /ଏସ-୫୨ (କ) ଓଡ଼ିଶା ଏକ୍ସାଇଜ୍ ଆକ୍ଟ ଅନୁସାରେ ଏକ ମାମଲା ପଞ୍ଜିକୃତ ହୋଇଛି।ଅଭିଯୁକ୍ତ ନାରାୟଣକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତାରସିଂ ଆଇଆଇସି ରେବତୀ ଶବର ସୂଚନା ଦେଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.