ଦେଶି ବନ୍ଧୁକ ସହ ଯୁବକ ଗିରଫ ।

0 149

ପୋଲସରା ,୦୪/୦୩(ପିପିଟି): ପୋଲସରା ପୋଲିସ ଥାନା ଅନ୍ତର୍ଗତ ବର୍ତ୍ତିନି ଗ୍ରାମରେ ଜଣେ ଯୁବକ ଦେଶୀ ବନ୍ଧୁକ ଦେଖାଇ ଅଞ୍ଚଳରରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ପୋଲସରା ପୋଲିସ ଯୁବକକୁ ଗିରଫ କରିବା ସହ ତାହା ଠାରୁ ଏକ ଦେଶୀ ବନ୍ଧୁକ ଓ ଦୁଇଟି ଜୀବନ୍ତ ଗୁଳି ଜବତ କରିଥିବା ଜଣାପଡିଛି। ବର୍ତ୍ତିନି ଗ୍ରାମର କାର୍ତ୍ତିକ ପାତ୍ର ବନ୍ଧୁକ ଧରି ଗ୍ରାମରେ ଆତଙ୍କ ସୃଷ୍ଟି କରୁଥିବା ଖବର ପାଇ ପୋଲସରା ଆଇଆଇସି କୌଶିକ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଜଣକୁ ଗିରଫ କରିଥିଲେ। ଆସାମୀ କାର୍ତ୍ତିକ ପାତ୍ରଙ୍କ ପାଖରୁ ଏକ ଦେଶୀ ବନ୍ଧୁକ, ଦୁଇ ଗୋଟି ଜୀବନ୍ତ ଗୁଳି, ଏକ ମୋବାଇଲ ଓ ଏକ ଓଡି ୦୭ ବିଏ ୪୧୦୬ ରେଜିଷ୍ଟ୍ରେସନ ନମ୍ବର ରୟାଲ ଈନଫିଲ୍ଡ ବୁଲେଟ ଜବତ କରି ୟୁ/ଏସ ୨୫(୧)(ଏ)/ ୨୫(୧-ବି)(ଏ) ଆର୍ମ ଆକ୍ଟ ଅନୁସାରେ କେଶ ନଂ ୧୨୫/୨୬ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କାରାଯାଇଥିବା ଆଇଆଇସି ଶ୍ରୀ ମାଝୀଙ୍କ ଠାରୁ ଜଣାପଡିଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.