ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ।

0 416

କୋଦଳା,୦୧/୦୬(ପିପିଟି): କୋଦଳା ଓ ବେଗୁନିଆପଡା ଅଞ୍ଚଳ ରେ ପ୍ରତିଷ୍ଠିତ ଶିବ ମନ୍ଦିର ରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାରମ୍ପରିକ ରୀତିନୀତି ଅନୁଯାଇ ସମ୍ପନ୍ନ ହୋଇଯାଇଛି । କୋଦଳା ବିଜେ ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବ ବରବେଶ ରେ ସୁ ସଜ୍ଜିତ ଚୌଦଳରେ ବିରାଜମାନ କରି ନିଜ ଭକ୍ତଙ୍କ ବରଯାତ୍ରୀ ଗହଣରେ ଘଣ୍ଟ,ଘଣ୍ଟି,ଡିଜେ,ଢୋଲ ବାଦ୍ୟର ତାଳେ ତାଳେ କୋଦଳା ଗ୍ରାମ ପରିକ୍ରମା କରିବା ସହିତ ନାମଯଜ୍ଞ ମଣ୍ଡପ ନିକଟ ରେ ବାଟବରଣ ହୋଇ ନିଜସ୍ୱ ମନ୍ଦିରକୁ ଆସି ମାତା ପାର୍ବତୀଙ୍କ ସହିତ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ବରଯାତ୍ରୀ ଏବଂ କନ୍ୟାଯାତ୍ରୀଙ୍କ ପାଇଁ ଭୋଜିଭାତ ର ଆୟୋଜନ କରାଯାଇଥିଲା । ସେହିପରି ପ୍ରଥମ ଥର ପାଇଁ ଏକ ବିରାଟ ପଟୁଆର ରେ ପଶ୍ଚିମାମୁଖି ବାବା ଶ୍ରୀ ତାଳେଶ୍ୱର କୋଦଳା ପରିକ୍ରମା କରି ନିଜସ୍ୱ ମନ୍ଦିର ରେ ଦେବ ଦମ୍ପତ୍ତିଙ୍କ ବିବାହ ସମାପନ ହୋଇଥିଲା । ପୂର୍ବରୁ ମହାପ୍ରଭୁଙ୍କ ବିବାହ କାର୍ଯ୍ୟ ମନ୍ଦିର ମଧ୍ୟରେ ସୀମିତ ରହୁଥିବା ବେଳେ ନୂତନ କମିଟି ଗଠନ ହୋଇ ଚଳିତ ବର୍ଷ ଧୁମଧାମ ରେ ପାଳିତ ହୋଇଯାଇଛି । ତତ ସହିତ କୋଦଳା ଖଜୁରେଶ୍ୱର, ଫାଶୀ ମାଣିକେଶ୍ବର,ବରିଡା ଅମରେଶ୍ୱର, ବେଗୁନିଆପଡା ଓ ଶାଳବଣ ସିଦ୍ଧେଶ୍ୱର,ସାଙ୍କୁଡ଼ା ଧବଳେଶ୍ୱର ପ୍ରଭୃତି ସ୍ଥାନ ମାନଙ୍କରେ ଦେବ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି !ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟକ ମଞ୍ଚସ୍ଥ ହୋଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.