ବୋଲଗଡ଼,୨୭/୦୯(ପିପିଟି):ଛବିଳ ମଧୁ ବର୍ଣ୍ଣବୋଧ ଦେଖିବାକୁ ଛୋଟ ଚଟି ବହିଟିଏ।ଯାହାର ରଚୟିତା ଭକ୍ତ କବି ମଧୁସୂଦନ ରାଓ। ସମୟ ଥିଲା ଛୋଟ ପିଲାମାନଙ୍କର ଛବିଳ ମଧୁ ବର୍ଣ୍ଣବୋଧ ବିନା ଓଡ଼ିଆ ଭାଷାର ମୂଳ ଦୁଆ ଭାବେ କଳ୍ପନା କରିହେଉ ନଥିଲା। ସେତେବେଳେ ପିଲା ମାନଙ୍କର ମଧୁ ବର୍ଣ୍ଣବୋଧ ଚାଟଶାଳି ଓ ପ୍ରାଇମେରୀ ସ୍କୁଲରେ ଅଧିକ ଗୁରୁତ୍ବ ଦିଆଯାଉଥିଲା ଯାହା ଦ୍ଵାରା ଦ୍ୱାରା ଭାଷା ସୁଦ୍ଧ ହେବାସହ ଲେଖିବା ଶୈଳୀ ରେ ପରମାର୍ଜିତ ହେଉଥିଲା। ଏହି ଛବିଳ ମଧୁ ବର୍ଣ୍ଣବୋଧ ଓଡ଼ିଆ ଭାଷା ପାଇଁ ଅତୁଳନୀୟ ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାହାକି ଓଡିଶା ମାଟିର ସବୁ ପିଲା ମାନଙ୍କ ପାଇଁ ଏହି ଛବିଳ ମଧୁ ବର୍ଣ୍ଣବୋଧ ଆଦ୍ୟ ଗୁରୁ ଅଟେ। କାରଣ ପିଲା ଦିନରୁ ସମସ୍ତ ଙ୍କୁ ଓଡ଼ିଆ ଅକ୍ଷର ସହିତ,ଯୁକ୍ତାକ୍ଷର,ମାତ୍ରା,ଫଳା ସହିତ ଛବିଳ ମଧୁ ବର୍ଣ୍ଣବୋଧ ରୁ ଛବି ଦେଖି ଚକ, ଅଖ, ନଖ, ଓଟ, କଟକ ନଗର ଧବଳ ଟଗର, ପଣସ ଗଛ ବଡ ସରସ, ପଇଡ ବଡ ମଧୁର ବିଲୁଆ ବଡ ଚତୁର,ପାର୍ଥନା,ଏକ ଠାରୁ ଶହେ ପର୍ଯ୍ୟନ୍ତ ଗଣନ ସଂଖ୍ୟା,ପଣକିଆ,ଦେଶାତ୍ମକ ବୋଧ, ଏପରି କି ଏ ଠାରୁ ଯେଡ୍ ଇତ୍ଯାଦି ଏସମସ୍ତ ବିଷୟ ରେ ଏହି ଚଟି ବହି ଛବିଳ ମଧୁ ବର୍ଣ୍ଣବୋଧ ରୁ ପରିଚିତ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସମୟରେ ପିଲାମାନେ ଇଂରାଜୀ ରୁ ପାଠ ପଢିବା ଆରମ୍ଭ କଲେଣି ଏ ଫର ଆପଲ୍, ବି ଫର ବଲ୍ ,ସି ଫର କ୍ୟାଟ ଇତ୍ଯାଦି ପଢିବା ଆରମ୍ଭ କରୁଛନ୍ତି। ଯାହାକି ପିଲାଙ୍କ ମନ ମଧ୍ୟରୁ ଓଡ଼ିଆ ଶିକ୍ଷା ବିଲୁପ୍ତ ହେବା ସହ ଇଂରାଜୀ ଆପଣେଇଲେଣି। ଯାହା ଫଳରେ ଛବିଳ ମଧୁ ବର୍ଣ୍ଣବୋଧ ପିଲାଙ୍କ ମନରୁ ଦୂରେଇବାକୁ ବସିଲାଣି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)