ଦେଖଣା ହାରିଙ୍କୁ ନିଜ ପାଖକୁ ଟାଣି ଆଣୁଛି ରାଜସୁନାଖଳା ର ସୁଖୁଆ ବଜାର।

0 316

ବୋଲଗଡ଼,୨୮/୦୩ (ପିପିଟି): ଖୋର୍ଦ୍ଧା ରୁ ନୟାଗଡ଼ ଯିବା ରାସ୍ତାରେ ପଡେ ବୋଲଗଡ଼ ର ରାଜସୁନାଖଳା ସୁଖୁଆ ବଜାର, ଯାହା କି ସୁଖୁଆ ପାଇଁ ଏହି ବଜାର ର ସ୍ୱତନ୍ତ୍ରତା ରହିଛି। ଏହି ବଜାରରୁ ସୁଖୁଆ କିଣିବା ପାଇଁ ଅଞ୍ଚଳ ଓ ବାହାରୁ ଆସୁଥିବା ଲୋକମାନେ ଏପରିକି ସବୁ ସମୟରେ ଲୋକ ମାନଙ୍କର ଚାହିଦା ରହିଥାଏ। ଏପରିକି ବସ୍ ରେ ଯାଉଥିବା ଯାତ୍ରୀ ମାନେ କିଛି ସମୟ ଅଟକି ସୁଖୁଆ କିଣିଥାନ୍ତି। ଏହି ସୁଖୁଆ ସବୁ ସମୟରେ ଚାହିଦା ରହିଥିଲେ ମଧ୍ୟ ବିଶେଷ କରି ଶୀତ ଦିନେ ଅଧିକ ଚାହିଦା ରହିଥାଏ। ଏହି ସମୟରେ ଭଲ କିଣାବିକା ହୋଇଥାଏ। ରାଜସୁନାଖଳାରେ ଦେଖିବାକୁ ମିଳିଥାଏ ୫୦ରୁ ଉର୍ଦ୍ଧ୍ବ ସୁଖୁଆ ଦୋକାନ। ଯାହାକି ଭିନ୍ନ ଭିନ୍ନ ସୁଖୁଆ ଯଥା-କୋକଲି, କାଉଆ,ଖାରପାଣିଆ,ମରୁଆ,ଇଲିଶି,ଖଇଙ୍ଗା,ପଥରମୁଣ୍ଡି,ଚିଙ୍ଗୁଡି,କଣ୍ଟିଆ,ଫୁଲଫୁଟି, ଝିଲିମିଲି, ଏପରି କି ୬୦ ରୁ ୭୦ ପ୍ରକାର ସୁଖୁଆ ମିଳିଥାଏ। ସେଥିପାଇଁ ଲୋକ ମାନେ ଏହି ବଜାରରୁ ସୁଖୁଆ କିଣିବା ପାଇଁ ପସନ୍ଦ କରିଥାନ୍ତି। କମ୍ ଦାମରୁ ଆରମ୍ଭ କରି ଅଧିକ ଦାମ୍ ପର୍ଯ୍ୟନ୍ତ ସୁଖୁଆ ଲୋକମାନେ କିଣିଥାନ୍ତି। ଯାହାଦ୍ୱାରା ବ୍ୟବସାୟୀ ମଧ୍ୟ ଦୁଇ ପଇସା ଲାଭ ପାଇଥାନ୍ତି। ଏହି ବିଭିନ୍ନ ପ୍ରକାରର ସୁଖୁଆ ଗଂଜାମର ହୁମା ରୁ ଆଣି ବେପାର କରନ୍ତି ବୋଲି ବ୍ୟବସାୟୀମାନେ କହିଥାନ୍ତି।

Leave A Reply

Your email address will not be published.