ପୋଲସରା ,୧୧/୧୧(ପିପିଟି): ଆଜି ସ୍ଥାନୀୟ ଦେଓ୍ବାନୀ ଅଦାଲତ ର କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୫.୮୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଦେଓ୍ବାନୀ ଅଦାଲତ କୋଠା ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ କୁ ରାଜ୍ୟ ଉଚ୍ଚ ନ୍ୟାୟାଳୟ ର ମାନ୍ୟବର କାର୍ଯ୍ୟକାରୀ ବିଚାରପତି ଡ• ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ଉଚ୍ଚ ନ୍ୟାୟାଳୟ ର ଅନ୍ୟତମ ବିଚାରପତି ଦେବବ୍ରତ ଦାସ ଯୋଗ ଦେଇଥିଲେ। ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଜଜ ଶ୍ରୀମତି ରୁପଶ୍ରୀ ଚୌଧୁରୀ , ପୋଲସରା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତି ଦୀପ୍ତିମୟି ଙ୍କ ସମେତ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା , ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶରବଣା କୁମାର ଉପସ୍ଥିତ ଥିଲେ। ପୋଲସରା ବାର ଆଇନଜୀବୀ ସଂଘର ସଭାପତି ସୁଶାନ୍ତ କୁମାର ସାହୁ , ସମ୍ପାଦକ କବିରାଜ ଦାସ , ଏପିପି ରମେଶ ଚନ୍ଦ୍ର ପ୍ରଧାନ , ବରିଷ୍ଠ ଆଇନଜୀବି ଗୌରହରି ବିଷୋୟୀ , ବଳରାମ ପ୍ରଧାନ , ଅଗସ୍ତି ବରାଡ , ଶରତ ଚନ୍ଦ୍ର ପ୍ରଧାନ , ବ୍ରଜେନ୍ଦ୍ର ସାହୁ , ବ୍ରଜବନ୍ଧୁ ଦଳବେହେରା , ସଚ୍ଚିଦାନନ୍ଦ ପାଣିଗ୍ରାହୀ , ରତ୍ନାକର ମହାନ୍ତି , ରଜନୀକାନ୍ତ ପ୍ରଧାନ , ଲକ୍ଷ୍ମୀକାନ୍ତ ପାଢ଼ୀ , ଜ୍ୟୋତିର୍ମୟ ପଟ୍ଟନାୟକ , ସିମାଞ୍ଚଳ ହୋତା , ସପନ ମିଶ୍ର , ପ୍ରଶାନ୍ତ ଆଚାର୍ଯ୍ୟ , ସୁଶାନ୍ତ କୁମାର ମଳିକ , ସୁଶାନ୍ତ ସାହାଣୀ , ଅନିଳ ମହାଙ୍କୁଡ , ସୁଧାଂଶୁ ଶେଖର ପ୍ରଧାନ , ଅକ୍ଷୟ ଦାସ , ଅଜୟ ପଣ୍ଡା , ହରପ୍ରସାଦ ଦାସ , ଶରତ ଚନ୍ଦ୍ର ପଟ୍ଟନାୟକ , ଦେବାଶିଷ ପାତ୍ର , ବାସୁଦେବ ଡାକୁଆ , ଜମିର ଅଲ୍ଲୀ ଖାଁ , ସୁଜ୍ଞାନୀ ସାହୁ , ସୁକାନ୍ତି ସାହୁ , ବିଜୟ କୁମାର ଶାସମଲ , ରବିନ୍ଦ୍ର ପାତ୍ର ପ୍ରମୁଖ ଆଇନଜୀବୀ ମାନେ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଆୟୋଜନ ଓ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ।
ରିପୋର୍ଟ୍ -ସନ୍ତୋଷ କୁମାର ପଣ୍ଡା