ଦେଓଗାଁ୨୧/୦୭: ବଲାଙ୍ଗିର ଜିଲ୍ଲାର ଦେଓଗାଁ ଥାନା ଅଞ୍ଚଳରେ ଗତ କିଛିଦିନ ତଳେ ଏକ ଚାଉଳ ବୁଝେଇ ଟ୍ରକକୁ ଅଟକ ରଖା ଯାଇଥିଲା। ଏହି ଟ୍ରକ କୁ ଯୋଗାଣ ବିଭାଗ ତଦନ୍ତ କରି ରିପୋର୍ଟ ଦେବା ପରେ ଚାଉଳ ଟ୍ରକଟି ଛାଡିଥିଲା ପୁଲିସ । ଏବେ ଦୁଇଟି ଛତିଶ ଗଡ ନମ୍ବର ଥିବା ଟ୍ରକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ । ଏହି ଦୁଇ ଟି ଟ୍ରକରେ ହଜାରେ ବସ୍ତାରୁ ଅଧିକ ଧାନ ରହିଛି। ଯାହା ରାଜ୍ୟ ବାହାରୁ ଆସୁଥିଲା। ହେଲେ ଏହି ଧାନ ଗାଡ଼ି କେଉଁଠାରୁ କେଉ ସ୍ଥାନକୁ ଯାଉଥିଲା ତାହାକୁ ନେଇ ପ୍ରଶ୍ନବାଚିି ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ଗତ କାଲି ଦେଓଗାଁ ପୁଲିସ ପେତ୍ରୋଳିଂ କରୁଥିବା ବେଳେ ଜାତୀୟ ରାଜପଥ ୨୬ କୁ ଉପରେ ଆସୁଥିବା ଦୁଇଟି ଟ୍ରାକ ହାତ ମାରି ଅଟକାଇଥିଲା । ଟ୍ରକ ଦୁଇଟିର ଡ଼୍ରାଇଭରଙ୍କୁ ଯାଞ୍ଚ କରିବାରୁ ମଦ ପିଇ ଗାଡ଼ି ଚଳାଉ ଥିବା ଜଣାପଡିଥିଲା। ତେବେ ଧାନ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଦେଓଗାଁ ପୁଲିସ ବଲାଙ୍ଗିର ଯୋଗାଣ ବିଭାଗକୁ ତଦନ୍ତ କରିବାକୁ ସୂଚନା ଦେଇଛି। ଅନ୍ୟ ପକ୍ଷରେ ଛତିଶ ଗଡ ନମ୍ବର ଥିବା ଶିଜି ୦୪ ଜେଶି ୭୬୬୫ ଓ ସିଜି ୦୬ଜି ଏନ୍ ୯୧୫୧ଟ୍ରକରେ ଧାନ ଲୋର୍ଡ୍ ହୋଇ ଛତିଶଗଡ ରୁ କଳାହାଣ୍ଡିକୁ ଯାଉଥିଲା ବୋଲି ସୂଚନା ମିଳିଛି । ଏନେଇ ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡାଙ୍କୁ ପଚାରିବାରୁ ଯାଞ୍ଚ ବେଳେ ଡ଼୍ରାଇଭର ମଦ ପିଇ ଥିବା ଜଣା ପଡ଼ିବା ରୁ ଦୁଇଟି ଟ୍ରକ୍ଡ୍ର ଡ଼୍ରାଇଭର ନାମରେ ଡ୍ରନକିଙ୍କ ଡ୍ରାଇଭ ମାମଲା ହୋଇଛି। ଧାନକୁ ନେଇ ରିପୋର୍ଟ ଦେବାକୁ ଯୋଗାଣ ବିଭାଗକୁ ଚିଠି କରାହେଇଛି ବୋଲି କହିଛନ୍ତି।