ସୁବର୍ଣ୍ଣପୁର ,୦୬/୧୦(ପିପିଟି):ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବାହାଦୂର ଦେବତା ଙ୍କ ଘରକୁ ଯାଇ ସମ୍ବର୍ଦ୍ଧନା ଜଣାଇଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ । ଜିଲ୍ଲାପାଳ ତାଙ୍କ ଘରକୁ ଯାଇ ସମ୍ବର୍ଦ୍ଧିତ କରିଥିବା ବେଳେ ଖୁସି ହୋଇଯାଇଥିଲେ ବାହାଦୂର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ କର୍ତ୍ତଙ୍ଗ ଗାଁ ର ବାହାଦୁର ଦେବତା ଦୃଷ୍ଟି ବାଧିତ ହୋଇ ମଧ୍ୟ ୩୫୩ ରେଙ୍କ ରେ ସଫଳତା ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବାର୍ତ୍ତମାନ ସେ ଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ଶିକ୍ଷକତା କରୁଛନ୍ତି । ସେ ଗାଁ କୁ ଆସିବା ପରେ ପରିବାର ବର୍ଗ ତଥା ଗ୍ରାମବାସୀ ଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ କରଯାଇଥିଲା । ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଝିଅ ଏବଂ ଜଣେ ପୁଅ ଦୁଇ ଜଣ ଦୃଷ୍ଟି ବାଧିତ ୩୩୫ ଏବଂ ୩୫୩ ରେଙ୍କ ରେ କୃତକାର୍ଯ୍ୟ ହେବାସହ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ