ଦୃଷ୍ଟିଭଙ୍ଗୀ ପରିବର୍ତ୍ତନଶୀଳ କି ? ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ।

0 274

ବୋଲଗଡ଼, ୨୫/୧୧(ପିପିଟି):ବୋଲଗଡ ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ସେଣ୍ଟ୍ରାଲ ହଲରେ ମନ ସ୍ଥତ୍ୱ ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଦୃଷ୍ଟିଭଙ୍ଗୀ ପରିବର୍ତ୍ତନଶୀଳ କି ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ରୂପେ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ଦୃଷ୍ଟି ଭଙ୍ଗୀ ସର୍ବଦା ପରିବର୍ତ୍ତନଶୀଳ। ଏହା ବ୍ୟକ୍ତିର ମାନସିକ ଶାରୀରିକ ତଥା ପାରିପାର୍ଶ୍ଵିକ ସ୍ଥିତି ଉପରେ ନିର୍ଭରଶୀଳ। ଜଣେ ଯଦି ଆପଣଙ୍କ ପ୍ରତି କୁଭାବନା ପୋଷଣ କରିଥାଏ ପରବର୍ତ୍ତୀ ସମୟରେ ଆପଣଙ୍କ ବ୍ୟବହାର ତାହାକୁ ପରିବର୍ତ୍ତିତ କରିବାରେ ସହାୟକ ହୋଇଥାଏ. ଅଧକ୍ଷା ଏଲିଜାବେଥ ଭଞ୍ଜ ଙ୍କ ଅଧକ୍ଷତାରେ ମୁଖ୍ୟ ବକ୍ତା ନୟାଗଡ଼ ମହିଳା ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ ପ୍ରଫେସର ଡ.ହରିହର ହର ମିଶ୍ର ଓ , ସମ୍ମାନିତ ଅତିଥି ଭାବରେ ପରିଚାଳନା ପରିଷଦ ସଭାପତି ପ୍ରଫେସର ସତ୍ୟନାରାୟଣ ରଥ ଯୋଗ ଦେଇଦୃଷ୍ଟିଭଙ୍ଗୀ କୁ ସର୍ବଦା ସୁ ଉଦେଶ୍ୟରେ ପୋଷଣ କଲେ ତାହା ସମାଜରେ ମଙ୍ଗଳକାରୀ ହୋଇଥାଏ। ଅନ୍ୟଥା ଏହା ନାନାବିଧ ବିଭ୍ରାଟ ସୃଷ୍ଟି କରି ସମାଜକୁ କଳୁଷିତ କରିଥାଏ। ବିଭାଗୀୟ ମୁଖ୍ୟ ଶ୍ରୀମତୀ ଲକ୍ଷ୍ମୀପ୍ରଭା ମିଶ୍ର ଅତିଥିପରିଚୟ ପ୍ରଦାନ କରିବାସହ ନିଜସ୍ୱ ସନ୍ଦର୍ଭ ପାଠ କରିଥିଲେ ସେହିପରି ସହ ଅଧ୍ୟାପିକା ସସ୍ମିତା ମହାନ୍ତି ଓ ଛାତ୍ରଛାତ୍ରୀ ନିଜ ନିଜ ସନ୍ଦର୍ଭ ପାଠ କରିଥିଲେ। ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ରଙ୍କନିଧି ମହାରଣା ଡେମୋନେଷ୍ଟ୍ରେଟର ମାୟାଧର ବରାଡ ପ୍ରମୁଖ ସହଯୋଗ କରିଥିଲେ। ଜାତୀୟ ସେବା ସଂସ୍ଥା କ୍ୟାଡେଟ ମାନେ ସହଯୋଗ କରିଥିଲେ। ଶେଷରେ ଡେମୋନେଷ୍ଟ୍ରେଟର ବିଶ୍ଵମୋହନ ନରେନ୍ଦ୍ର ବାସ୍ତବରେ ବ୍ୟବହାର ମଣିଷକୁ ସମାଜରେ ଚିହ୍ନିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ନିଜ ନିଜ ବ୍ୟବହାରକୁ ମାର୍ଜିତ କରିବାକୁ ଆଶା କରି ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.