ଦୂର୍ଘଟଣାରେ ମୃତ ଇଞ୍ଜିନିୟରିଙ୍ଗ୍ ଛାତ୍ରଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଲେ ବିଧାୟକ ପ୍ରତିନିଧି ଏବଂ ନଗର ସାଂସଦ ପ୍ରତିନିଧି ।

0 204

ବେଲଗୁଣ୍ଠା, ୦୬/୦୧(ପିପିଟି):ନୂଆଁ ବର୍ଷ ଆରମ୍ଭରେ ବେଲଗୁଣ୍ଠା କୋଳି ସାହିର ଇଞ୍ଜିନିୟରିଙ୍ଗ୍ ଛାତ୍ର ଏସ ବରୁଣ କୁମାର (୨୧) ଏକ ସଡକ ଦୂର୍ଘଟଣାରେ ଅକାଳ ମୃତ୍ୟୁ ବରଣ କରିଥିଲେ । ଆଜି ସୋରଡା ବିଧାୟକ ପ୍ରତିନିଧି ତଥା ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ ଏବଂ ଏନ୍ଏସି ସାଂସଦ ପ୍ରତିନିଧି ନାରାୟଣ ସାହୁ ମୃତ ବରୁଣଙ୍କ ଘରେ ପହଞ୍ଚି ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି । ଉଭୟ ପ୍ରତିନିଧି ମୃତ ବରୁଣଙ୍କ ମାଆ ଏବଂ ମାମୁ ତଥା ଯୁବ ଆଇନଜୀବୀ ଗଗନବିହାରୀ ବିନ୍ଧାଣିରାଙ୍କୁ ସାକ୍ଷାତ କରିଥିଲେ । ସେହିପରି ବିଧାୟକ ପ୍ରତିନିଧି ଶ୍ରୀ ନାୟକ ଏବଂ ସାଂସଦ ପ୍ରତିନିଧି ଶ୍ରୀ ସାହୁ ବେଲଗୁଣ୍ଠା ବ୍ରାହ୍ମଣ ସାହିର ବିଶିଷ୍ଟ ପୁରୋହିତ ସ୍ଵର୍ଗତ ଉତ୍ତରା ପତିଙ୍କ ବାସ ଭବନରେ ପହଞ୍ଚି ତାଙ୍କ ପୁଅ ମିଟୁ ପତି, ଦୂର୍ଗା ପ୍ରସାଦ ପତି ଏବଂ ପରିବାର ସଦସ୍ୟଙ୍କୁ ଭେଟି ଶୋକ ଜଣାଇବା ସହିତ ସ୍ଵର୍ଗତ ଉତ୍ତରାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ ।  ସେହି ସମୟରେ ଉଭୟ ପ୍ରତିନିଧିଙ୍କ ସହିତ ବେଲଗୁଣ୍ଠା ଦୁଇ ନମ୍ବର କାଉନଶୀଲର ଦିବ୍ୟ ରଞ୍ଜନ ଦାଶ,ନଗର ବିଜେପି ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ ତ୍ରିପାଠି, ଯୁବ ମୋର୍ଚ୍ଚା ସଭାପତି ଶଙ୍କର ପାତ୍ର, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମାଜସେବୀ ପ୍ରଫୁଲ୍ଲ ପଣ୍ଡା, ପୁର୍ବତନ ସମିତିସଭ୍ୟ କଂଗ୍ରେସ୍ ରାଉତ, ପ୍ରଭାତ ପତି, ଅଞ୍ଜନ ପତି,ଯୁବ ସଂଗଠକ ମନ୍ମୟ ଖଟେଇ ,ରଞ୍ଜିତ୍ ଗୌଡ଼ ମୋତିଲାଲ ପତି, ଗୁନା ପତିଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ପ୍ରତିନିଧି ଶ୍ରୀ ନାୟକ ବ୍ରାହ୍ମଣ ସାହିର ବିଭିନ୍ନ ସମସ୍ୟା ସମ୍ପର୍କରେ ସାହି ବାସିନ୍ଦାଙ୍କ ସହ ଆଲୋଚନା କରି ଏହାର ସମାଧାନ ପାଇଁ ପ୍ରତିଶୃ୍ତି ଦେଇଥିଲେ ।

ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.