ବେଗୁନିଆପଡା,୦୫/୦୬(ପିପିଟି):ଗତକାଲି ବିଳମ୍ବିତ ରାତ୍ର ରେ କୋଦଳା ହରିଜନ ସାହିରେ ଏକ ସୁଜୁକି କମ୍ପାନୀର ସ୍କୁଟି ମୋଟର ସାଇକେଲ OD07AP3152 କୁ କେଉଁ ଦୁର୍ବୁର୍ତ୍ତ ପୋଡିଦେଇଥିବା ଜଣାପଡିଛି । ଗାଡି ମାଲିକଙ୍କ ସୂଚନା ପ୍ରକାରେ କ୍ଷ୍ୟୁଦ୍ର ଜଳସେଚନ ବିଭାଗ କୋଦଳାରେ ରାତ୍ର ଜଗୁଆଳ ଭାବେ କାର୍ଯ୍ୟରତ ଭଗବାନ କାର୍ଜିଙ୍କ ସାନପୁଅ ସରୋଜ କାର୍ଜି କୌଣସି କାର୍ଯ୍ୟରେ ବାହାରକୁ ଯାଇ ଫେରିଥିବା ବେଳେ ରାତି ହୋଇଯାଇଥିବାରୁ କୋଦଳା ହରିଜନ ସାହିରେ ସାଙ୍ଗଘରେ ରହିଥିଲେ ଏବଂ ଗାଡି ଟିକୁ ମଧ୍ୟ ରଖିଥିଲେ । ଗୁରୁବାର ସକାଳୁ ସରୋଜ ନିଜ ଘରକୁ ଯିବାକୁ ବାହାରିବା ବେଳେ ଗାଡିଟି ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇଥିବା ଦେଖି ଥାନାରେ ଖବର ଦେଇଥିବା ସରୋଜ ପ୍ରକାଶ କରିଥିବା ବେଳେ ରାତ୍ର ଏକ ଘଣ୍ଟ ପର୍ଯ୍ୟନ୍ତ ଗାଡିଟି ଠିକ ଥିଲା । ତାର ପର ସମୟରେ ଏହି ଘଟଣା ଘଟିଯାଇଛି ବୋଲି ସରୋଜ ପ୍ରକାଶ କରିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)