ଦୁର୍ବୁତ୍ତଙ୍କ ଆକ୍ରମଣରେ କନେଷ୍ଟବଳଙ୍କ ଦୁଇ ଅଙ୍ଗୁଠି ଛିଣ୍ଡିଲା।

0 253

ବୁର୍ଲା,୦୪/୧୦: ବୁର୍ଲା ଥାନା ଝରାପାଲି ଗ୍ରାମରେ ପୁଲିସକୁ ଆକ୍ରମଣ । ଦୁର୍ବୁତ୍ତଙ୍କ ଭୁଜାଲି ମାଡରେ କନେଷ୍ଟବଳ ସରୋଜ ଭୋଇଙ୍କ ଦୁଇ ଆଙ୍ଗୁଠି ଛିଣ୍ଡିଲା । ତେବେ ଉକ୍ତ ଦୁବୃର୍ତ୍ତ ଜଣକ ତାର ସ୍ତ୍ରୀ ସହିତ କଳୀ ଝଗଡ଼ା ହେଉଥିଲା । ସ୍ବାମୀ ଉକ୍ତ ମହିଳାଙ୍କୁ ମାରିବା ପାଇଁ କହିବାରୁ ଉକ୍ତ ମହିଳା ଜଣକ ପୁଲିସକୁ ଅବଗତ କରାଇଥିଲେ। ମାତ୍ର ଇଆରଭି ଭ୍ୟାନ ଯାଇଥିବା ବେଳେ ଉକ୍ତ ଉତ୍ତ୍ୟକ୍ତ ବ୍ୟକ୍ତି ଜଣକ ଉତକ୍ଷିପ୍ତ ହୋଇ କନେଷ୍ଟବଳ ସରୋଜକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ସରୋଜଙ୍କ ହାତରେ ଗଭୀର ଆଘାତ ଲାଗି ଥିଲା। ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲ ଆଶୁଚିକିତ୍ସା ବିଭାଗକୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Leave A Reply

Your email address will not be published.