ଦୁର୍ନୀତି ବିରୁଦ୍ଧରେ ଯୁଦ୍ଧମଦେହି ଡାକରା।

0 266

ବୋଲଗଡ଼ ୨୦/୧୧(ପିପିଟି) :ନିର୍ବାଚନ ଆଉ ମାତ୍ର କେତୋଟି ମାସ ଥିବାବେଳେ ଭାରତୀୟ ଜନତା ପାର୍ଟି ଦୁର୍ନୀତିକୁ ପ୍ରସଙ୍ଗ କରି ଜୁଦ୍ଧମଦେହି ଡାକରା ଦେଇ ବ୍ଲକ୍ ଘେରାଉ କର୍ଯ୍ୟକ୍ରମ ଜାରି ରଖିଛି ।ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ନିର୍ଦ୍ଦେଶ କ୍ରମେ ସୋମବାର ବେଗୁନିଆ ଓ ବୋଲଗଡ଼ ବ୍ଲକରେ ଶତାଧିକ ବେଜିପି କର୍ମୀ ମାନଙ୍କୁ ନେଇ ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ କରିଥିଲେ ।ବୋଲଗଡ଼ ଗୋପବନ୍ଧୁ ଛକ ଠାରୁ ଶୋଭାଯାତ୍ରା ବାହାରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଦୁର୍ନୀତିର ନାରାବାଜି ଦେଇ ବଜାର ପରିକ୍ରମା କରିଥିଲେ ।ପରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭାର ମଣ୍ଡଳ ସଭାପତି ରଘୁନାଥ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଭାଗନେଇଥିଲେ ।ରାଜ୍ୟରେ ବାର୍ଷିକ ୧ଲକ୍ଷ୍ୟ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି , ପଞ୍ଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ପିସି କାରବାର ,ପଞ୍ଚାୟତ ପ୍ରତିନିଧି କ୍ଷମତା ହଡ଼ପ କରି ଗ୍ରାମ୍ୟ ସଭା ନକରିବା ,ଆଦି ଭ୍ରଷ୍ଟାଚାର ,ବ୍ୟଭିଚାର ପ୍ରସଙ୍ଗକୁ ଭିତିକରି ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ୍ ବିଡ଼ିଓ ଶରତ କୁମାର ମଲ୍ଲିକ ଙ୍କୁ ପ୍ରଦାନ କରିଥିଲେ । ଅନ୍ୟମନଙ୍କ ମଧ୍ୟରେ ବୋଲଗଡ଼ ମଣ୍ଡଳ ସମ୍ପାଦକ ଆର୍ତ୍ତ ବନ୍ଧୁ ପ୍ରଧାନ ,ବରିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା ବନ୍ଧୁ କୁମାର ଭୋଳ, ,ରତ୍ନାକର ସାହୁ ,ମହିଳା ନେତ୍ରୀ ଫତମା ବେଗମ୍ ପ୍ରମୁଖ ଶତାଧିକ ବିଜେପି କର୍ମୀ ଯୋଗଦେଇଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.