***ଦୁର୍ନୀତି***

0 14

କିଏ ରୋକି ପାରିବ ଦୁର୍ନୀତି ?
ରାସ୍ତା, ପୋଲ,କୋଠା
ସବୁ ଗିଳି ଗଲେଣି
ମୁଦ୍ରା ରାକ୍ଷସମାନେ…..
କାହାକୁ ଜଗିବ
କିପରି ଜଗିବ
ସବୁଠି ଶିକ୍ଷିତ ଡ଼କାୟତଙ୍କ
ଯୋଜନା ବଦ୍ଧ ଲୁଣ୍ଠନ…..!!
ପଞ୍ଚାୟତ ଠାରୁ ବ୍ଲକ
ବ୍ଲକ ରୁ ଜିଲ୍ଲା
ସବୁଠି ଲାଞ୍ଚ ଆଉ ପିସି କାରବାର
ଯାହା ପାଖକୁ ଯାଅ
ଖାଲି ଚାଲାକ୍ ଚତୁର କଥା
ସବୁଠି ପେଞ୍ଚ,ଖଚ,ମିଛ
ପ୍ରବଞ୍ଚନା ଧଳା ହାତୀଙ୍କର…
ମୁହଁ ଯେତେ ଗୁରୁ ଗମ୍ଭୀର
ତଳ ମୁହାଁ ମଉନ ସମ୍ମତ ଲକ୍ଷଣ….!!
ଏଇ ଯୋଉ ଧଳା ହାତୀମାନେ
ଲୋକଙ୍କ କର ପଇସାରେ
ଦରମା ନିଅନ୍ତି ଜନ ସେବା ନାଁରେ
ସେଇମାନେ
ଚେୟାର ଖଣ୍ଡେ ପାଇଗଲାପରେ
ନିଜକୁ ରାଜା ମହାରାଜା ଭାବନ୍ତି
ସେବା ବଦଳରେ
ଶୋଷଣ କରନ୍ତି ଜନତାଙ୍କୁ….!!
ଯୋଉମାନେ କପର୍ଦକ ଶୂନ୍ୟ ଥିଲେ
ବାପ ଅଜା ଅମଳରୁ
ସେମାନେ ଖଣ୍ଡେ ଚାକିରି
ହାତେଇଲା ପରେ
ରାତାରାତି କୁବେର
ସୁନା, ଜମି, କୋଠା ଆଉ
ପୁଳା ପୁଳା ଟଙ୍କାର ପାହାଡ
ଖାଇଲେ ବୋହିଲେ ସରେ ନା
ବାସ୍ କି ଭୋଗ ବିଳାସ
ଏଇ ସରକାରୀ ଚାକିରି
ସରକାରୀ ବାବୁ ହେବା
କି ବିରାଟ ସୌଭାଗ୍ୟ….!!
ଏମିତି ଖୋଳ ହୋଇଗଲାଣି
ରାଜ୍ଯ ରାଜ କୋଷ
ଏଇ ଧଳା ବାବୁ ମାନଙ୍କ
ରାକ୍ଷସ ପଣରୁ….
ଲୁଟନ୍ତି ସାରା ଜୀବନ
ଏଣେ ପେଟକୁ ଖଟି ଖଟି
ମୁଠାଏ ଭାତ ପାଇଁ ସଂଘର୍ଷ
କରିଥିବା ଗରିବ ଜନତା
ଆଖିରେ ଆଖିଏ ଲୁହରେ
ଜରାଜୀର୍ଣ୍ଣ ତାଙ୍କ ସୁନେଲୀ ସପନ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.