ଦୁର୍ଘଟଣା ରୋକିବାକୁ ଏସ୍ପିଙ୍କ ନିଆରା ପ୍ରୟାସ ।

0 489

ଭଞ୍ଜନଗର, ୨୪/୧୧(ପିପିଟି): ସର୍ଭେ ରିପୋର୍ଟ ଅନୁସାରେ ଅନ୍ୟ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ଅଧିକ ଥିବା ଜଣାପଡିଛି।ବେପରୁଆ ଗାଡ଼ି ଚାଳନା, ମଦ୍ୟପାନ, ଟ୍ରାଫିକ ନିୟମ ଅମାନ୍ୟ କାରଣରୁ ବହୁ ଦୁର୍ଘଟଣା ଘଟି ଅକାରଣରେ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହେଉଛି।ବିଶେଷ କରି ଭୋର ସମୟରେ ଯାତାୟତ କରୁଥିବା ଗାଡ଼ି ଚାଳକମାନଙ୍କ ଆଖି ଲାଖି ଯିବା କାରଣରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଦେଖବାକୁ ମିଳୁଛି।ଏହି ଦୁର୍ଘଟଣା ରୋକିବାକୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗ ମୋହନ ମିନା ସମଗ୍ର ଜିଲ୍ଲାରେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି।ଏହି ସମୟରେ ଗାଡ଼ି ଡ୍ରାଇଭର ମାନଙ୍କୁ ସତର୍କ କରାଇବାକୁ ସମସ୍ତ ପୁଲିସ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି।ଗତ ଦୁଇ ଦିନ ହେଲା ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ଵାମିତ୍ର ହରପାଲଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଭଞ୍ଜନଗର, ଗାଙ୍ଗପୁର, ବେଲଗୁଣ୍ଠା,ଜଗନ୍ନାଥ ପ୍ରସାଦ, ତାରସିଂ, ବୁଗୁଡ଼ା ଥାନାର ପୁଲିସ କର୍ମଚାରୀମାନେ ଭୋର ୩ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ସଜାଗ ରହି ଯାତାୟତ କରୁଥିବା ସବୁ ଗାଡିକୁ ଅଟକାଇ ଡ୍ରାଇଭର ମୁହଁରେ ପାଣି ସିଞ୍ଚନ କରିବା ସହ ମଦ୍ୟପାନ କରିଥିବା ଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।ଏହାଦ୍ୱାରା ଅନେକ ମାତ୍ରାରେ ଦୁର୍ଘଟଣା ହ୍ରାସ ପାଇ ପାରିବ ବୋଲି ଏସଡ଼ିପିଓ ଶ୍ରୀ ହରପାଲ କହିଛନ୍ତି।

ରିପୋର୍ଟ -(ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.