ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ ସହାୟତା ।

0 238

ସୁବର୍ଣ୍ଣପୁର ,୧୪/୦୪(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମର ଜଣେ ଯୁବକ ବଶିଷ୍ଠ ମଲ୍ଲିକ ଗତ ୫ ତାରିଖରେ ଝାରସୁଗୁଡା ଜିଲ୍ଲା ବଡ଼ମାଳ ଛକରେ ସଡକ ଦୁର୍ଘଣାରେ ମୃତ୍ୟୁ ହୋଇଥିଲା। ଯୁବକ ଜଣକ ଏକ ଘରୋଇ କମ୍ପାନୀରେ ଅଗ୍ନିସମ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଓଡ଼ିଶା ଫାୟାର ଆଣ୍ଡ ସେଫଟି ଏମ୍ପ୍ଲୋଇଜ ୱେଲଫେଆର ଏସୋସିଏସନ ର କର୍ମକର୍ତ୍ତା ବଶିଷ୍ଠ ଙ୍କ ଲୁତୁରପଙ୍କ ସ୍ଥିତ ବାସଭବନ କୁ ଆସି ତାଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟ ସଂଘର ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟି ଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ସାଗର କୁମାର ସାହୁ,ଶରତ ଚନ୍ଦ୍ର ବିଶ୍ବାଳ, ଜ୍ୟୋତିରଞ୍ଜନ ନାଏକ,କାହ୍ନୁ ଚରଣ ବିଶୋଇ,ଦିବ୍ୟ ମେହେର,ରଞ୍ଜିତ ମହାରଣା ପ୍ରମୁଖ ଦୁର୍ଘଟଣା ରେ ମୃତ ବଶିଷ୍ଠ ଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହିତ ପ୍ରାୟ ୨୯ ହଜାର ୫ ଶହ ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମର ସୁଶିଲ କୁମାର ପ୍ରଧାନ,ଆଶିଷ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.