ଯାଜପୁର,୩୧/୧୦(ପିପିଟି) :ଆଜି ସକାଳୁ ସଡକ ଦୁର୍ଘଟଣାରେ ବୃଷଭ ପ୍ରାଣ ହରାଇ ୧୬ ନଂ ଜାତୀୟ ରାଜପଥ ଜାରକା, ଉତ୍ତରସାନ ଗଡା ନିକଟରେ ପଡି ରହିଥିଲା। ଖବରପାଇ ଆମ ଗୋସେବକ ସଂଗଠନର ପୀତବାସ ନାୟକ, ରାକେଶ ଏବଂ ଅନ୍ୟ ସାଥି ମାନେ ଉକ୍ତ ସ୍ଥାନରେ ପହଞ୍ଚି ଜାତୀୟ ରାଜପଥ ବିଭାଗକୁ ଯୋଗଯୋଗ କରିଥିଲେ, ବିଭାଗୀୟ ପ୍ରତିଶ୍ରୁତି ଦେଇ ଦେଇଥିଲେ ମଧ୍ଯ କୌଣସି ସାହାଯ୍ୟ ମିଳିନଥିଲା । ଶେଷରେ ଧର୍ମଶାଳା ଥାନାଧିକାରୀ ତପନ କୁମାର ନାୟକଙ୍କୁ ଯୋଗଯୋଗ କରାଯାଇଥିଲା,ଖବର ପାଇ ଥାନା ଅଧିକାରୀ ଉକ୍ତ ସ୍ଥାନକୁ ଅଟୋ ଓ ଜେସିବି ଆଦି ସମସ୍ତ ବ୍ୟବସ୍ତା କରିବା ସହିତ ବୃଷଭ ମହାରାଜାଙ୍କ ସତ୍କାର ରେ ସାହାଯ୍ୟ କରିଥିଲେ । ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ଯୁବନେତା ସବ୍ୟସାଚୀ, ଗୋସେବକ ସଂଗଠନ ସମେତ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।