ଦୁର୍ଗମ ଅଞ୍ଚଳରେ ୨୦ ଟି ମାଓ ଶହୀଦ ସ୍ମୃତି ସମ୍ଭ ଧ୍ୱଂସ ।

0 1

ମାଲକାନଗିରି,୨୭/୦୨(ପିପିଟି):ମାଲକାନଗିରି ଜିଲ୍ଲାର ମାଓ ଅଞ୍ଚଳରେ ରହିଥିବା ୨୦ ଗୋଟି ମାଓବାଦୀଙ୍କ ଶହୀଦ ସ୍ମୃତି ସ୍ତମ୍ଭକୁ ଭାଙ୍ଗି ଧୂଳିସାତ୍ କରିଛନ୍ତି ଗ୍ରାମବାସୀମାନେ । ବର୍ତ୍ତମାନ ଦୁର୍ଗମ ଗ୍ରାମାଞ୍ଚଳରେ ଶାନ୍ତି ଏବଂ ବିକାଶ ଆଡ଼କୁ ପରିବର୍ତ୍ତନ ହୋଇଛି। ସୀମାସୁରକ୍ଷା ବାହିନୀ ଓ ପୋଲିସର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଧିରେ ଧିରେ ମାଓମୁକ୍ତ ହୋଇ ପାରିଛି ମାଲକାନଗିରି ଜିଲ୍ଲା। ଏବେ ମାଓବାଦୀଙ୍କ ହିଂସାକାଣ୍ଡ ଦୁର୍ଗମ ଅଞ୍ଚଳରେ ଦୃଷ୍ଟି ଗୋଚର ହେଉ ନଥିବା ବେଳେ ଗ୍ରାମବାସୀଙ୍କ ମନରୁ ସଂପୂର୍ଣ୍ଣ ମାଓବାଦୀଙ୍କ ଆତଙ୍କ ବିଲୋପ ଘଟିଛି ବୋଲି ମାଲକାନଗିରି ଏସପି ବିନୋଦ ପାଟିଲ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି।
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳ ଏବଂ କାଲିମେଳା, ମାଥିଲି, ଖଇରପୁଟ ଅଞ୍ଚଳର ବିଭିନ୍ନ ଆଭ୍ୟନ୍ତରୀଣ ସ୍ଥାନରୁ ଗ୍ରାମବାସୀମାନେ ମାଓବାଦୀ କ୍ୟାଡରମାନଙ୍କ ଦ୍ୱାରା ପୂର୍ବରୁ ସ୍ଥାପିତ ମୋଟ ୨୦ଟି ସ୍ମାରକୀ ଶହୀଦ ସ୍ତମ୍ଭକୁ ସଂପୂର୍ଣ୍ଣ ଭାଙ୍ଗି ଚୁରମାର କରି ଦେଇଛନ୍ତି । ମାଓବାଦୀ ସମସ୍ୟା ଲୋପ ପାଇ ଥିବା ବେଳେ ସ୍ତମ୍ଭ ଗୁଡିକୁ ମଧ୍ୟ ଲୋପ କରାଯିବ। ଗ୍ରାମବାସୀଙ୍କ କହିଛନ୍ତି ଯେ ବର୍ଷ ବର୍ଷ ଧରି ଉଗ୍ରବାଦୀ ପ୍ରଭାବ କେବଳ ଭୟ, ମୌଳିକ ସେବାରେ ବାଧା ଏବଂ ଗ୍ରାମର ବିକାଶକୁ ଅଟକାଇ ଦେଇଛି।
ମାଲକାନଗିରି ପୋଲିସ ଶାନ୍ତି ବଜାୟ ରଖିବା, ସୁରକ୍ଷା ସୁନିଶ୍ଚିତ କରିବା, ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଦ୍ଧ ଅଛି ବୋଲି ଏସପି ବିନୋଦ ପାଟିଲ ଏଚ ପ୍ରକାଶ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.