ବୋଲଗଡ଼,୦୬/୦୯(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗାନ୍ଧିଛକ ନିକଟରେ ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇ ଦୁଇ ବର୍ଷ ହେବ ଶୌଚାଳାୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲାଣି।ଶୌଚାଳୟରେ ଟାଙ୍କି କାମ ସରିଛି, ଘରକାମ ସରିଛି,ଏପରିକି ଘରେ ମଧ୍ୟ ରଙ୍ଗ ଦିଆକାର୍ଯ୍ୟ ସରିବା ସହିତ କବାଟ ଝରକା ମଧ୍ୟ ଲାଗିଛି।ଏହି କାର୍ଯ୍ୟ ଦୁଇ ବର୍ଷ ହେବ ଶେଷ ହୋଇ ଥିଲେ ମଧ୍ଯ ତାହା ଏପର୍ଯ୍ୟନ୍ତ ବ୍ୟବହାର ରେ ଲାଗିପାରୁନାହିଁ ଯାହାକି ଲୋକମାନଙ୍କ ମନରେ ପ୍ରଶ୍ନ ବାଚି ସୃଷ୍ଟି କରିଛି। ଏପରିକି ଶୌଚାଳୟ ଚାରିପଟେ ଅନାବନା ଗଛ ହୋଇ ଘଞ୍ଚ ହୋଇଗଲାଣି। ତେଣୁ କରି ଏହି ଶୌଚାଳୟଟି ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ ସାଧାରଣରେ ଓ ସମାଜସେବୀ ଅକ୍ଷୟ ରାଉତରାୟ ଦୃଢ ଦାବି କରିଅଛନ୍ତି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)