ପୋଲସରା,୦୯/୦୨(ପିପିଟି) : ଗତ ୨୦୦୮ ମସିହା ଠାରୁ ୨୦୧୮ ବ୍ୟାଚ ପର୍ଯ୍ୟନ୍ତ କଲେଜରେ କାର୍ଯ୍ୟରତ କର୍ମଚାରୀଙ୍କୁ ଜିଆଇଏ ପ୍ରଦାନ କରିବା ସହ ସରକାରୀ ମାନ୍ୟତା ଏଵଂ ଯୁକ୍ତ ତିନି ସ୍ନାତକୋତ୍ତର ବିଭାଗଗୁଡ଼ିକୁ ସେଲ୍ଫ- ଫାଇନାନ୍ସିଙ୍ଗରୁ ରେଗୁଲାର ମେଡ୍ କରିବା ନିମନ୍ତେ ଗଂଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ତରଫରୁ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ (ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ)ଙ୍କୁ ପୋଲସରା ଠାରେ ଦାବୀପତ୍ର ପ୍ରଦାନ କରାଯାଇଛି।ସୂଚନାଯୋଗ୍ୟ ଯେ,ଏହି ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡାଠାରେ ୩ ଦିବସୀୟ ବୃଦ୍ଧଖୋଲ ମହୋତ୍ସବରେ ମୁଖ୍ୟ ଅତିଥିଭାବେ ସନ୍ଧ୍ୟା ସମୟରେ ଯୋଗଦେବାକୁ ଯାଉଥିବା ବେଳେ କଲେଜ ଅଧ୍ୟକ୍ଷ ରବିନ୍ଦ୍ରନାଥ ପାଳଙ୍କ ନେତୃତ୍ୱରେ କଲେଜ ଫାଟକ ସମ୍ମୁଖରେ ମନ୍ତ୍ରୀ ମହୋଦୟ ଅଟକି ଦାବୀପତ୍ର ଗ୍ରହଣ କରିବାସହ ଉକ୍ତ ଦାବିକୁ ଆଗାମୀ ୧୩ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଧାନ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଦୃଢ ପ୍ରତଶ୍ରୁତି ଦେଇଛନ୍ତି।ଏହି ସମୟରେ ମନ୍ତ୍ରୀଙ୍କ ସମେତ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଭୟଙ୍କୁ କଲେଜ ତରଫରୁ ଫୁଲତୋଡ଼ା ଦିଆଯାଇ ସ୍ବାଗତ ଏଵଂ ସମ୍ବର୍ଦ୍ଧନା ଦିଆଯାଇଥିଲା।ପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହିତ ଉଭୟ ମନ୍ତ୍ରୀ ମହୋଦୟ ଫଟୋ ଉଠାଇଥିଲେ।ଦାବୀପତ୍ର ପ୍ରଦାନ ସମୟରେ ରୁଦ୍ର ପ୍ରସାଦ ଗୌଡ଼, ଉଷାରଂଜନ ଦାଶ, ଦେବାଶିଷ ସ୍ୱାଇଁ, ଡ଼. ହୁଷିକେଶ ଦାଶ, ପ୍ରଭାକର ସାହୁ,ପ୍ରକାଶ ଚନ୍ଦ୍ର ସାହୁ, ଡଃ ଜୋସ୍ନାରାଣୀ ପଟ୍ଟନାୟକ, କିଶୋର ଚନ୍ଦ୍ର ଜେନା, ସୁଜ୍ଞାନୀ କୁମାରୀ ସାହୁ, ବିଭୂତିଭୂଷଣ ସାହୁ, ଗୋପୀନାଥ ପାଣିଗ୍ରାହୀ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।
ରିପୋର୍ଟ:ସନ୍ତୋଷ କୁମାର ପଣ୍ଡା