ଦୁଇ ଅସହାୟ ଭଉଣୀଙ୍କ ଘର ପୋଡି ପାଉଁଶ,ସହାୟତାର ହାତ ବଢ଼ାଇଲା ବିପଦର ବନ୍ଧୁ ।

0 258

ଭଞ୍ଜନଗର,୦୨/୦୧(ପିପିଟି): ଅଗ୍ନିକାଣ୍ଡ ଘଟି ଦୁଇ ଅସହାୟ ଭଉଣୀଙ୍କ ଘର୍ ପୋଡି ପାଉଁଶ ହୋଇଯାଇଛି। ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡା ପଞ୍ଚାୟତ ଭୁଷୁଭୁଷା ଗ୍ରାମରେ ବାସ କରୁଥିବା ଦୁଇ ଅବିବାହିତ ଭଉଣୀ ଅରଲୁ ପାତ୍ର ଓ ଛୋଟି ପାତ୍ରଙ୍କ ଘର ସୋମବାର ମଧ୍ୟାହ୍ନରେ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ । ଭଞ୍ଜନଗର ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡ ରେ ଘରର ସମସ୍ତ ଆସବାପତ୍ର ଓ ମୂଲ୍ୟବାନ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି। ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ସରପଞ୍ଚ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଏକ ଜରିପାଲ ପ୍ରଦାନ କରିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି। ଏଥି ସହିତ ଖବର ପାଇଁ ସ୍ୱେଚ୍ଛାସେବୀ ସଂଗଠନ ‘ବିପଦର ବନ୍ଧୁ’ ସଦସ୍ୟ ମାନେ ସେଠାରେ ପହଞ୍ଚି ଅଗ୍ନି ବିପନ୍ନଙ୍କ ସ୍ଥିତି ପରକ୍ଷୀବା ସହ ଚାଉଳ, ରାସନ,ପନିପରିବା,ଦୁଇ ଭଉଣୀଙ୍କ ପାଇଁ ବସ୍ତ୍ର ସମେତ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସଂଘଠନ ପକ୍ଷରୁ ତ୍ୱରିତ ଭାବେ ଏଭଳି ଜନହିତକର କାର୍ଯ୍ୟକ୍ରମ କରାଯାଇଥିବା ଦେଖି ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.