ଦୁଃଖ ହେଉ ଅବା ସୁଖ ସବୁଥିରେ ଆଗରେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ।

0 235

ଯାଜପୁର,୨୪/୦୮(ପିପିଟି): ନିଜେ ସ୍ୱାବଲମ୍ବୀ ହେବ, ନିଜ ପରିବାରକୁ ଖୁସିରେ ରଖିବ ଆଉ ସମସ୍ତଙ୍କ ମୁହଁରେ ମେଞ୍ଚାଏ ହସ ଫୁଟାଇବ ଏମିତି କିଛି ଚିନ୍ତା କରିଥିଲେ ସୁକିନ୍ଦା ବ୍ଲକ ବନ୍ଧ ଗାଁ ପଞ୍ଚାୟତର ଲକ୍ଷ୍ମୀଧର ପ୍ରଧାନଙ୍କ ଝିଅ ସ୍ଵର୍ଣଲକ୍ଷ୍ମୀ ପ୍ରଧାନ । ସ୍ୱପ୍ନ ସାକାର କରିବାକୁ ଲକ୍ଷ୍ମୀ ବସରେ କଣ୍ଡକ୍ଟର ଭାବେ ଚାକରି କରିଥିଲେ । ବେଶ ଖୁସି ମନରେ ନିଜ କାମ ନିଷ୍ଠାର ସହିତ କରୁଥିଲା ବେଳେ ବସ ଯାତ୍ରୀଙ୍କ ପ୍ରିୟ ହୋଇ ପାଇଥିଲେ ଆଳ୍ପ ଦିନ ମଧ୍ୟରେ । ହେଲେ ଏହି ହସ ଖୁସି ଭିତରେ ଯେ ଦିନେ ସେ ଅଫେରା ରାଇଜକୁ ଚାଲିଯିବେ ସେ ନେଇ କେହି କଳ୍ପନା କରି ନଥିଲେ। କାର୍ଯ୍ୟରତ ଥିଲା ବେଳେ ସେ ଦିନେ ବସରୁ ଖସି ପଡ଼ିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ପରିବାର ଓ ସ୍ଥାନୀୟ ଲୋକଙ୍କ ଆଖିରେ ଲୁହ ଦେଇ ସେ ଆଖି ବୁଜି ଦେଇଥିଲେ ସବୁ ଦିନ ପାଇଁ । ଏହି ଖବର ପାଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ତାଙ୍କ ପରିବାର ନିକଟରେ ପହଞ୍ଚିଥିଲେ । ମର୍ମାହତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସାନ୍ତ୍ୱନା ପ୍ରଦାନ କରିଥିଲେ । ନିଜ ଶୋକ ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ନାରୀ ଶକ୍ତିର ନିଦର୍ଶନ ସ୍ୱର୍ଣ୍ଣଲକ୍ଷ୍ମୀର ଦେହାନ୍ତରେ ମୁଁ ଗଭୀର ଭାବେ ମର୍ମାହତ। ଲକ୍ଷ୍ମୀ ବସର କଣ୍ଡକ୍ଟର ଭାବେ ସ୍ୱାବଲମ୍ବୀ ହେବା ସହିତ ପରିବାର ପ୍ରତିପୋଷଣ କରି ସ୍ୱର୍ଣ୍ଣଲକ୍ଷ୍ମୀ ନାରୀଙ୍କ ପାଇଁ ପ୍ରେରଣା ସାଜିଥିଲେ। ଏଭଳି ସମୟରେ ଭଗବାନ ତାଙ୍କ ପରିବାରକୁ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ ।

(ରିପୋର୍ଟ- ଅକ୍ଷୟ ରାଉତ।)

Leave A Reply

Your email address will not be published.