ଦିଲ୍ଲୀଦରବାରରେ ସମ୍ବର୍ଦ୍ଧିତ ହେଲେ ଗୋପାଳପୁର ସରପଞ୍ଚ।

0 233

ବୋଲଗଡ,୧୮/୦୮(ପିପିଟି) ଖୋର୍ଦ୍ଧା ଜିଲ୍ଲାରୁ ଏକ ମାତ୍ର ସରପଞ୍ଚ ଭାବେ ବୋଲଗଡ ବ୍ଲକ ଗୋପାଳପୁର ପଞ୍ଚାୟତରୁ ପ୍ରଥମ ଥର ସରପଞ୍ଚ ହୋଇଥିବା ପ୍ରଦୀପ ବାରିକଙ୍କୁ ମନୋନୀତ ହୋଇ ସ୍ୱାଧୀନତା ଦିବସରେ ଦିଲ୍ଲୀ ଲାଲକିଲ୍ଲା ଠାରେ ଯୋଗଦେଇଥିଲେ । ସେଠାରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସ୍ୱାଧୀନତା ଦିବସ ପତାକାଉତ୍ତୋଳନରେ ସାମିଲ ହୋଇଥିଲେ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦେଶକ୍ରମେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଅଫିସର୍ସ ଇନଷ୍ଟିଚ୍ୟୁଟ ଠାରେ ଏକ ସ୍ୱତନ୍ତ୍ର ସମାରୋହ ଦିବସ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହ ଦିବସରେ କେନ୍ଦ୍ର ପଞ୍ଚାୟରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଅଲିଆସ ଲଲାନ ସିଂ, କେନ୍ଦ୍ର ପଞ୍ଚାୟତିରାଜ ସେକ୍ରେଟାରୀ ବିବେକ ଭରଦ୍ୱାଜ ଏବଂ ୟୁନିଅନ ମିନିଷ୍ଟର ଅଫ ପଞ୍ଚାୟତିରାଜ ପ୍ରଫେସର ଏସ. ପି ସିଙ୍ଗ ବାଗେଲ ଉପସ୍ଥିତ ରହିଥିଲେ । ସମସ୍ତ ଅତିଥିମାନେ ଓଡିଶାର ୧୦ଜଣ ଲୋକ ପ୍ରତିନିଧିମାନଙ୍କୁ ସଂମ୍ମାନିତ କରିଥିଲେ । ଆହୁରି ଲୋକମାନଙ୍କ ପାଇଁ କାମ କରି ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ । ଗୋପାଳପୁର ସରପଞ୍ଚ ପ୍ରଦୀପ ବାରିକଙ୍କୁ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରୁ ପଞ୍ଚାୟତିରାଜ ୟୁନିଅନ ମନ୍ତ୍ରୀ ପ୍ରଫେସର ଏସ. ପି ସିଙ୍ଗ ବାଗେଲ ଟ୍ରଫି ଓ ଉପଢକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ପୁରସ୍କାର ପାଇ ଶ୍ରୀ ବାରିକ କହିଛନ୍ତି ଏହା ମତେ ପ୍ରେରଣା ଯୋଗାଇଛି ଆଗାମୀ ଦିନରେ ପ୍ରତି ଜନସାଧାରଣମାନଙ୍କ ନିକଟରେ ପହଂଚି ସେବା କରିବା ପାଇଁ । ବାସ୍ତବରେ ମାନବ ସେବା ହିଁ ମାଧବ ସେବା ବୋଲି ସରପଞ୍ଚ ଶ୍ରୀ ବାରିକ କହିଛନ୍ତି । ବୋଲଗଡ ବ୍ଲକ ଆଜି ଦିଲ୍ଲୀ ଦରବାରରେ ପହଂଚି ପାରିଥିବାରୁ ବୋଲଗଡ ଅଞ୍ଚଳବାସୀ ସରପଞ୍ଚ ପ୍ରଦୀପଙ୍କୁ ପ୍ରଶଂସା କରିଛନ୍ତି ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.