ଦିନ ଦ୍ବିପହରରେ ଜଣେ ମହିଳାଙ୍କ ବେକରୁ ବିଚ ରାସ୍ତା ଉପରେ ସୁନା ଚେନ ଝାମ୍ପି ନେଇ ଚମ୍ପଟ ମାରିଛି ଦୁବୃତ୍ତ ।

0 310

କୋଦଳା,୧୬/୦୯(ପିପିଟି): ଏହି ଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ନିକଟ ଦେଉଳିଆପଡା ଛକ ରାସ୍ତାରେ । ସୂଚନା ପ୍ରକାରେ ବେଗୁନିଆପଡା ଗୋଲା ସାହିର ମନସ୍ପିନି ପାଢ଼ୀ ବେଗୁନିଆପଡା ରୁ ବ୍ଲକ ଅଫିସକୁ ଚାଲି ଚାଲି ଯାଉଥିବା ବେଳେ ପୂର୍ତ୍ତ ରାସ୍ତାର ଦେଉଳିଆପଡା ଛକ ନିକଟରେ ତାଙ୍କ ପଛ ପଟରୁ ଗୋଟିଏ ବାଇକରେ ତିନି ଜଣ ଯୁବକ ଆସି ତାଙ୍କ ବେକରେ ପିନ୍ଧିଥିବା ସୁନା ଚେନଟିକୁ ଛାମ୍ପି ନେଇଥିଲେ । ତେବେ ଉକ୍ତ ଚେନର ଖଣ୍ଡେ ମନସ୍ପିନିଙ୍କ ଡ୍ରେସରେ ଲାଗି ରହିଯାଇଥିବା ବେଳେ ଖଣ୍ଡିଏ ଦୁବୃତ୍ତ ନେଇ ପଳାଇଥିଲେ । ମନସ୍ପିନି ସୋମବାର ସକାଳ ୧.୩୦ ମିନଟ ସମୟରେ ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ । ଥାନା କେସ ନଂ 398/24 ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ। ଏହି ଘଟଣା ରେ ଦୁଇଟି ବାଇକ ସହ ପାଞ୍ଚ ଜଣ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରି ଜାଲ ବିଛାଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.