ଦିଘିରୀ ମୁକ୍ତେଶ୍ଵର ଙ୍କ ପୀଠରେ ଶୀତଳଷଷ୍ଠୀ ଉତ୍ସବ ମହାଆଡ଼ମ୍ବରେ ଅନୁଷ୍ଠିତ।

0 106

ବୋଲଗଡ଼,୧୧/୦୫(ପିପିଟି): ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ ବୋଲଗଡ଼ ବ୍ଲକ ଦିଘିରୀ ଗ୍ରାମରେ ପ୍ରଭୁ ମୁକ୍ତେ ଶ୍ଵର ଙ୍କ ପୀଠରେ ମହାଆଡମ୍ୱର ରେ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଶ୍ରୀଜୀଉ ଙ୍କ ଚଳତି ପ୍ରତିମାଙ୍କୁ ସୁସଜିତ କରିବେଦୀକୁ ନିଆ ଯାଇଥିଲା । ପୁରୋହିତ ମନ୍ତ୍ର ପାଠ କଲା ପରେ ପାର୍ବତୀ ଙ୍କ ପିତା ବ୍ରଜ କିଶୋର ପାତ୍ର ଯେକି ବୋଲଗଡ ବ୍ଲକ ମଣ୍ଡଳ ସିଂ ଗ୍ରାମର ଏବଂ ବର ଙ୍କ ପିତା ମାୟାଧର ବରାଡ଼ ଙ୍କ ଉପସ୍ଥିତିରେ ବେଦୀରେ ହୋମ କରାଯାଇ କାର୍ଯ୍ୟ ସମ୍ପାଦନ ହୋଇଥିଲା । ବର ଓ କନ୍ୟା ଙ୍କୁ ଟଙ୍କା ଏବଂ ସୁନାରୁପା ବନ୍ଦାଣ କରଯାଇଥିଲା । କନ୍ୟା ପିତା ନିଜର ଶକ୍ତି ଅନୁଯାଇ ବରକୁ ଯାନିଯୌତୁକ ପ୍ରଦାନ କରିଥିଲେ ଏବଂ ପରେ କନ୍ୟା ଓ ବରଙ୍କୁ ସୁସଜିତ ପାଲିଙ୍କିରେ ଧରି ଗ୍ରାମ ପରିକ୍ରମା କରିଥିଲେ । ସନ୍ଧ୍ୟାରେ ବରଯାତ୍ରୀ ଏବଂ ଅନ୍ୟମାନଙ୍କୁ ଭୋଜି ଭାତ ସ୍ୱରୂପ ପ୍ରସାଦ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ଏହି ଉପଲକ୍ଷେ ବିଭିନ୍ନ ପ୍ରକାର ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବହୁ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଗ୍ରାମ ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମ ଦିଘିରୀ ଏବଂ ବୃନ୍ଦାବନ ପୁର ଗ୍ରାମବାସୀ ଙ୍କ ସହଯୋଗରେ ସମାପନ ହୋଇଥିଲା ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.