ଦିଗପହଣ୍ଡିରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ।

0 461

ଦିଗପହଣ୍ଡି,୨୬/୦୨(ପିପିଟି); ଆଜି ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ଜିଏସଟି ନିୟମ ପରିବର୍ତ୍ତନ , ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ଦିଗପହଣ୍ଡି ବ୍ୟବସାୟ ସଂଘ ପୂର୍ଣ୍ଣ ସମର୍ଥନ ଦେଇ ସମସ୍ତ ଦୋକାନ ବଜାର ବନ୍ଦ କରିଥିଲେ । ତେବେ ଆଜିର ବନ୍ଦ ପାଳନ ସକାଳ ୬ ଘଣ୍ଟ ଠାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ରହିଥିଲା । ସେପଟେ ବନ୍ଦ ଡାକରାକୁ ଆଖିରେ ରଖି ଦିଗପହଣ୍ଡି ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.