ବେଗୁନିଆପଡା,୨୪/୧୨(ପିପିଟି): ଚୋର ଦାଉରୁ ବର୍ତ୍ତିଲେନି ମା ମଙ୍ଗଳା । ବେଗୁନିଆପଡା ମେଡିକାଳ ଛକ ନିକଟସ୍ଥ ମୁଖ୍ୟ ରାସ୍ତାରେ ପୂଜାପାଉଥିବା ମା ମଙ୍ଗଳା ମନ୍ଦିରରୁ ତାଲା ଭାଙ୍ଗି କେହି ଦୁବୃର୍ତ୍ତ ମନ୍ଦିର ଦାନ ହୁଣ୍ଡିରୁ ଦାନ ଅର୍ଥ ଚୋରି କରି ନେଇଯାଇଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତ୍ରରେ ମହାପ୍ରଭୁଙ୍କ ନୀତିକାନ୍ତି ପରେ ଦୁବୃର୍ତ୍ତମାନେ ମନ୍ଦିରର ପ୍ରବେଶ ଦ୍ବାର ଦେଇ ମା’ଙ୍କ ଗମ୍ଭିରା ଦ୍ବାର ତାଲା ଭାଙ୍ଗିବା ସହ ଦାନ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କରି ନେଇଯାଇଛନ୍ତି। ବୁଧବାର ଭୋର ୪ ଘଣ୍ଟ ସମୟରେ ମନ୍ଦିର ର ପୂଜାରୀ ମନ୍ଦିର ପହଡ ଖୋଲିବା ପାଇଁ ଆସିବା ବେଳେ ମୁଖ୍ୟ ଦ୍ବାରର ତାଲା ଭାଙ୍ଗି ଗେଟ୍ ଖୋଲା ଥିବା ଦେଖି ମନ୍ଦିର ପରିଚାଳନା କମିଟିକୁ ଖବର ଜଣାଇଥିଲେ । ତତକ୍ଷଣାତ ମନ୍ଦିର ପରିଚାଳନା କମିଟି ପହଞ୍ଚି ବିଭିନ୍ନ ଦିଗ କୁ ଅନୁସନ୍ଧାନ କରିବା ସହିତ ବେଗୁନିଆପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ବେଗୁନିଆପଡା ପୋଲିସ ମନ୍ଦିର ରେ ପହଞ୍ଚି ଅନୁସନ୍ଧାନ ଜାରିରଖିଛି।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)