ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ ।

0 239

ବାସୁଦେବପୁର,୦୫/୦୫:ପୁଣି ଗଡିଲା ଦାଦନଶ୍ରମିକର ମୁଣ୍ଡ । ରବିବାର ରାତିରୁ ନିଖୋଜ ଓ ସୋମବାର ସକାଳ ସମୟରେ କ୍ଷତବିକ୍ଷତ ମରଶରୀର ଉଦ୍ଧାର ଘଟଣାକୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ଥାନା ଅଧିନ ସୁଦର୍ଶନପୁର ପଞ୍ଚାୟତ ମିରିଗା ଗ୍ରାମର ହରିହର ଧଳଙ୍କ ପୁଅ ବଳଭଦ୍ର ଧଳ ତାମିଲନାଡୁ କାଠପାଡିରେ ଥିବା ଏକ ଘରୋଇ କମ୍ପାନୀରେ କାମ କରି ଆସୁଥିଲା । ରବିବାର ସନ୍ଧ୍ୟା ସମୟରେ ନିଜ ରୁମ ସାଥୀଙ୍କ ସହ ମଦ ପିଇବାକୁ ଯାଇଥିଲା । ସେଠାରୁ ସଭିଏଁ ଫେରିବା ପରେ ପୁଣି ମଦ ପିଇବା ପାଇଁ ଚାଲିଯିବା ପରେ ରୁମକୁ ଫେରିନଥିଲା । ପରଦିନ ସକାଳ ସମୟରେ ଗୋଟିଏ କି.ମି ଦୂରରେ ଥିବା ରେଳ ଧାରଣା କଡରେ ମୃତ ଶରୀର ଉପରେ ପଥର ରଖାଯାଇଥିବା ଦେଖିବାକୁ ମିଳିଥିଲା। ପରେ ପୋଲିସ ମରଶରୀରକୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିଲେ ହେଁ ହତ୍ୟାର କାରଣ ଖୋଜୁଛି ଭେଲ୍ଲୁର ପୋଲିସ।

Leave A Reply

Your email address will not be published.