ହିଞ୍ଜିଳିକାଟୁ; ୨୬/୦୫(ପିପିଟି ) :ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ଚଳିତ ୨୦୨୪ ବର୍ଷର ଦଶମ ବୋର୍ଡ ପରୀକ୍ଷା ଫଳ ବିଧିବଦ୍ଧ ଭାବେ ରବିବାର ପ୍ରକାଶ ପାଇଛି । ବିଭାଗ ତରଫରୁ ତା ୨୬/୦୫/୨୪ରେ ୧୧ଘଣ୍ଟ ସମୟରେ ଉପଲବ୍ଧ ୱେବ ସାଇଡ ଜରିଆରେ ସଦ୍ୟ ଘୋଷିତ ଫଳାଫଳ ପ୍ରକାଶ ପାଇଛି । ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା କ୍ରମେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ୨୪ଟି ହାଇସ୍କୁଲର ସମୁଦାୟ ୧୬୪୯ ରୁ ୧୬୪୨ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ବାକି ୭ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ ।
ରବିବାର ପ୍ରକାଶିତ ଫଳାଫଳ ଅନୁଯାୟୀ ବିଭିନ୍ନ ସ୍କୁଲରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ହିଞ୍ଜିଳି ପୋୖରାଞ୍ଚଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପାସ ହାର ଶତ ପ୍ରତିଶତ, ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ,ଭଗବତୀ ବିଦ୍ୟା ପୀଠ ବୁରୁପଡା ବିଦ୍ୟାଳୟ,ଏନଏସି ହାଇସ୍କୁଲ ହିଞ୍ଜିଳି କାଟୁ, ଗଣେଷ ବିଦ୍ୟାପୀଠ ଗଣ୍ଡଳା, ଶ୍ୟାମଳାଇ ବିଦ୍ୟାପୀଠ ପୋଡ଼ଙ୍ଗୀ,ସରକାରୀ ୟୁ. ଜି ହାଇସ୍କୁଲ ସାପୁଆପଲ୍ଲୀ, ସାରୁ ହାଇସ୍କୁଲ ସାରୁ,ସତ୍ୟଭାମା ବିଦ୍ୟାପୀଠ ବଦଖଣ୍ଡି, ସରକାରୀ ୟୁ.ଜି ଉଚ୍ଚ ବିଦ୍ୟାଳୟ ଖଣ୍ଡରା, ସରକାରୀ ୟୁ.ଜି ହାଇସ୍କୁଲ ଡି.ପାଟପୁର, ସରକାରୀ ୟୁଜି ହାଇସ୍କୁଲ ନନ୍ଦିକ, ସରକାରୀ ୟୁଜି ହାଇସ୍କୁଲ ଦୟାପଲ୍ଲୀ,ସରକାରୀ ୟୁଜି ହାଇସ୍କୁଲ ବାଳକୃଷ୍ଣପୁର,ଜିପି ହାଇସ୍କୁଲ ସାହପୁର , ମକରଝୋଳ ହାଇସ୍କୁଲ ମକରଝୋଳ, ପଞ୍ଚାୟତ ହାଇସ୍କୁଲ ଦୁର୍ବନ୍ଧ,ୟୁଏନ ହାଇସ୍କୁଲ ସିକିରି,ଆଲପୁର ହାଇସ୍କୁଲର, ଯେ. ସି.ସି ହାଇସ୍କୁଲ ଭାବନ୍ଧ, ରଘୁନାଥ ବିଦ୍ୟାପୀଠ ବେଲଗାଁ, ଖରିଡା ହାଇସ୍କୁଲ ,ବି. ନାୟକ ସ୍ମୃତି ବିଦ୍ୟାପୀଠ ଶାସନ ଆମ୍ବଗାଁ, ପୋଚିଲିମା ହାଇସ୍କୁଲ ପୋଚିଲିମା । ଏହି ସମସ୍ତ ବିଦ୍ୟାଳୟର ପାସହାର ୯୮.୬୦% ପ୍ରତିଶତ ରହିଛି । ହିଞ୍ଜିଳିକାଟୁ ବ୍ଳକ ଓ ପୋୖର ପରିଷଦର ସମସ୍ତ ବିଦ୍ୟାଳର ୫ଜଣ ଏ-୧ ଓ ୩୨ ଜଣ ଏ-୨ ରହିଥିବା ବେଳେ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ୩ଜଣ ଛାତ୍ରଛାତ୍ରୀ ଏ-୧ ରଖିଛନ୍ତି । ଭଗବତୀ ବିଦ୍ୟାପୀଠ ବୁରୁପଡାର ଏବଂ ସତ୍ୟଭାମା ବିଦ୍ୟାପୀଠର ବଡ଼ଖଣ୍ଡିର ମାତ୍ର ଜଣେ ଜଣେ ଏ ଗ୍ରେଡ ରଖିଛନ୍ତି। ସରସ୍ୱତୀ ଶିଶୁ ମନ୍ଦିରର ୫ଜଣ ପରୀକ୍ଷାର୍ଥୀ ଏ-୧ ଗ୍ରେଡ ରଖି କୃତିତ୍ୱ ହାସଲ କରିଛନ୍ତି । ଏହି ବ୍ଳକ୍ ଏବଂ ପୋୖର ପରିଷଦରେ ଟପଟେନ ମଧ୍ୟରୁ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସୁଶ୍ରୀ ପି. ସ୍ମୃତିମୟୀ ପାତ୍ର ସର୍ବାଧିକ ୫୫୫ମାର୍କ ରଖିଥିବା ବେଳେ ସରକାର ବୃନ୍ଦାବନ ବିଦ୍ୟାପୀଠ ହିଞ୍ଜିଳିକାଟୁର ରଶ୍ମିନି ସାବତ ୫୫୨ ମାର୍କ ଏବଂ ସ୍ନେହାରାଣୀ ଗୌଡ଼ ୫୫୨ ମାର୍କ,ସତ୍ୟଭାମା ବିଦ୍ୟାପୀଠ ବଡ଼ଖଣ୍ଡିର ସୁଶୀଲ କୁମାର ମହାନ୍ତି ୫୪୭ ମାର୍କ, ସରକାରୀ ବୃନ୍ଦାବନ ବିଦ୍ୟାପୀଠର ପାୟଲ ଭଉଳ ୫୪୪, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ହିଞ୍ଜିଳି କାଟୁରରୁଦ୍ର ମାଧବ ଆଚାର୍ଯ୍ୟ ୫୪୧, ଭଗବତୀ ବିଦ୍ୟାପୀଠ ବୁରୁପଡାର ପ୍ରଜ୍ଞାସିନି ମାହାପାତ୍ର ୫୪୦,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ହିଞ୍ଜିଳିକାଟୁର ଦୀପ୍ତିମୟୀ ଗଉଡ଼, ସ୍ମୃତି ପ୍ରତିଷା ପୃଷ୍ଟି,ପ୍ରତିଭା ନାହାକ ପ୍ରମୁଖଙ୍କ ସମେତ ୫୪୦ ମାର୍କ ରଖି ହିଞ୍ଜିଳି କାଟୁ ବ୍ଳକ ଓ ପୋୖରାଞ୍ଚଳର କୃତିତ୍ୱ ହାସଲ କରିଛନ୍ତି ।ହିଞ୍ଜିଳିକାଟୁ ସମୁଦାୟ ୨୪ ବିଦ୍ୟାଳୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ଫଳାଫଳ ହାର ୯୮.୬୦% ପ୍ରତିଶତ ରହିଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଉତ୍ତୀର୍ଣ୍ଣ ଫଳାଫଳ ହାର ଶତ ପ୍ରତିଶତ ରହିଥିବା ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧାରୀ ସୂଚନା ପ୍ରଦାନ କରିଛନ୍ତି ।
ରିପୋର୍ଟ- ଅଜିତ କୁମାର ପଟ୍ଟନାୟକ