ବାସୁଦେବପୁର,୧୬/୧୧:ବାସୁଦେବପୁର ପୌରପାଳିକା କାର୍ଯ୍ୟାଳରେ କାମ କରୁଥିବା ସଫେଇ କର୍ମଚାରୀ ନିୟମିତ ମାସିକିଆ ଦରମା,ଇପିଏଫ୍,ଇଏସ୍ଆଇ ନପାଇବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଶନିବାର କେତେକ ସଫେଇ କର୍ମଚାରୀ ପୌର କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ନଜରକୁ ଆସିଛି। ସେଫାର୍ଡ଼ ଏନଜିଓ ଜରିଆରେ ସଫେଇ କର୍ମଚାରୀ ନିୟୋଜିତ ହୋଇଥଲେ। ନିୟମିତ କାମ କରୁଥିଲେବି ଏନଜିଓ ପକ୍ଷରୁ ଦରମା ଓ ଅନ୍ୟାନ ସୁବିଧା ସୁଯୋଗ ଦିଆ ଯାଉ ନାହିଁ। ଜଣେ କର୍ମଚାରୀଙ୍କ ଅକାଳ ବିୟୋଗ ପରେବି ତାଙ୍କୁ ତାଙ୍କର ଏପିଏଫ ଟଙ୍କା ମିଳିଲା ନାହିଁ ବୋଲି ଧାରଣାରତ କର୍ମଚାରୀ ଅଭିଯୋଗ କରିଛନ୍ତି।