ଦନ୍ତାହାତୀ ଆକ୍ରମଣରେ ବହୁ ଗାଈଗୋରୁ ଆହତ ।

0 216

ଭଞ୍ଜନଗର, ୧୮/୧୨(ପିପିଟି):କେନ୍ଦ୍ରିୟ ବନାଞ୍ଚଳ କାଳିଆମ୍ବା ସେକ୍ସନ ପୁରୁଣାପାଣିର ବଞ୍ଜର ମାଳରେ ଥିବା ଡମ୍ବ ପାତ୍ରଙ୍କ ଗାଈ ଗୋଠରେ ଗତ ରାତିରେ ଏକ ଦନ୍ତା ହାତୀର ଦୌରାତ୍ମ୍ୟ କହିଲେ ନସରେ। ଦନ୍ତାଟି କାଳିଆମ୍ବାର ପୂର୍ଣ୍ଣ ନାୟକଙ୍କ ଗୋଟେ ଗାଈର ଅନ୍ତବୁଜୁଳା ବାହାର କରିଦେଇଛି। ସେହିପରି ହାତୀ ଆକ୍ରମଣରେ ପୁରୁଣାପାଣି ଗ୍ରାମର ନୀଳକଣ୍ଠ ପରିଡା ଓ ରଞ୍ଜନ ପରିଡାଙ୍କ ଗୋଟିଏ ଲେଖାଏଁ ଗାଈ ଆହାତ ହୋଇଥିବା ବେଳେ ଉପର ମଳାସ ପଦରର ଗଙ୍ଗା ନାୟକ ଙ୍କ ଏକ ଗାଇ ମଧ୍ୟ ଗୁରୁତର ହୋଇଛି।ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଅଛନ୍ତି।ବନବିଭାଗ ହାତୀକୁ ଜଙ୍ଗଲକୁ ଘଉଡାଇବାରେ ସକ୍ଷମ ନହେଲେ ଆହୁରି ଧନଜୀବନ କ୍ଷତି ହେବାର ଆଶଙ୍କା ରହିଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.