ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ ।

0 67

ଭଞ୍ଜନଗର, ୨୭/୧୦(ପିପିଟି):ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଗୁଣ୍ଡୁରୀବାଡ଼ି ନିକଟରେ ଏକ ଦନ୍ତା ହାତୀ ଆକ୍ରମଣରେ ଗ୍ରାମର ଚାଷୀ ଟୁନା ଗୌଡ଼ର (୫୫) ମୃତ୍ୟୁ ଘଟିଛି।ଗତ କିଛି ଦିନ ହେବ ମୁଜାଗଡ଼ ରେଞ୍ଜରେ ଏକ ୧୭ ଟିକିଆ ହାତୀପଲର ଉପଦ୍ରବ ଚଳାଇ ଥିବା ବେଳେ ସ୍ଥାନୀୟ ଲୋକମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଗତକାଲି ରାତିରେ ଗୁଣ୍ଡୁରୀବାଡ଼ି ଗ୍ରାମ ଅଭିମୁଖେ ହାତୀ ପଲ ଆସିଥିଲେ।ନିଜ ଧାନ ଫସଲର ସୁରକ୍ଷା ନିମନ୍ତେ ଗ୍ରାମର କିଛି ଲୋକଙ୍କ ସହ ଟୁନା ମଧ୍ୟ ରାତି ୧୧ଟା ସମୟରେ ହାତୀ ଘଉଡାଇବାକୁ ଯାଇଥିଲେ।ସେଠାରେ ଏକ ଦନ୍ତାହାତୀକୁ ଦେଖି ଅନ୍ୟମାନେ ଦୌଡ଼ି ପଳେଇ ଥିବା ବେଳେ ଟୁନା ହାତୀ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ଘଟିଛି। ବାରମ୍ବାର ହାତୀ ଉପଦ୍ରବ ଉକ୍ତ ଅଞ୍ଚଳରେ ଲାଗି ରହିଥିବା ବେଳେ ବର୍ତ୍ତମାନ ଧାନ ଫସଲର ସୁରକ୍ଷା ଚିନ୍ତା ଓ ହାତୀ ମଣିଷ ଲଢେଇରେ ଅନେକ ଜୀବନ ଯିବା ବନ ବିଭାଗର ଚିନ୍ତା ବଢ଼ାଇ ଦେଇଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହକୁ ଭଞ୍ଜନଗର ମେଡ଼ିକାଲ ବ୍ୟବଚ୍ଛେଦ ପାଇଁ ପଠେଇଛି।ଟୁନା ପରିବାର ଚଳାଉଥିବା ବେଳେ ତାର ମୃତ୍ୟୁକୁ ନେଇ ପୁରା ପରିବାର ଭାଙ୍ଗି ପଡିଛି।

ରିପୋର୍ଟ୍ -(ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.