ଦଣ୍ଡଯାତ୍ରା ମହାସଂଘର ବୈଠକ ; ଅଭିନେତ୍ରୀଙ୍କ ପାଇଁ ପାଉଣା ଧାର୍ଯ୍ୟ , ଅଶ୍ଳୀଳ ନୃତ୍ୟକୁ ନା ।

0 355

ବେଲଗୁଣ୍ଠା,୧୫/୦୯(ପିପିଟି):ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରାକୁ ଆଉ ମାତ୍ର ପାଖାପାଖି ଛଅ ମାସ ବାକି ରହିଥିବା ବେଳେ ବର୍ତ୍ତମାନ ଠାରୁ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ବୈଠକ ବେଲଗୁଣ୍ଠା ଦଣ୍ଡ ଯାତ୍ରା ସଙ୍ଘ ଆନୁକୂଲ୍ୟରେ ଆଜି ବେଲଗୁଣ୍ଠା ପ୍ରଭୁ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ଯାଇଛି । ଗଞ୍ଜାମ ଜିଲ୍ଳା ଦଣ୍ଡନାଚ ମହାସଂଘ ବେଲଗୁଣ୍ଠା ସଂଯୋଜକ ଏସ ଭାସ୍କର ପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୁପେ ଜିଲ୍ଲା ସଭାପତି ଶିବରାମ ପ୍ରଧାନ,ଜିଲ୍ଲା ସମ୍ପାଦକ ଶରତଚନ୍ଦ୍ର ସାହୁ,ଜିଲ୍ଳା ଉପଦେଷ୍ଟା ଚକ୍ରଧର ଜେନା,ତନରଡା ଜୋନ୍ ସଂଯୋଜକ ପ୍ରତାପ ବିଷୋୟୀ, ନୁଆଁ ଗାଁ ସହ-ସଂଯୋଜକ ଦେବାଶିଷ ଗୌଡ଼, ଭଞ୍ଜନଗର ବ୍ଳକ୍ ସଂଯୋଜକ ସାଧୁ ଚରଣ ସ୍ୱାଇଁ,ବେଲଗୁଣ୍ଠା ଖଦାଳ ସାହି ଦଣ୍ଡ ଯାତ୍ରା କମିଟି ସଭାପତି ଲିଙ୍ଗରାଜ ପାତ୍ର,ବେଲଗୁଣ୍ଠା ଉପଦେଷ୍ଟା ସନ୍ତୋଷ କୁମାର ପଣ୍ଡା ଓ ପ୍ରଶାନ୍ତ କୁମାର ସାହୁ,ଜିଲୁଣ୍ଡି ସହସଂଯୋଜକ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ବେଲଗୁଣ୍ଠା କାଳୀ ମନ୍ଦିର ସମ୍ପାଦକ ସୁଶାନ୍ତ ବେହେରା ମଞ୍ଚ ପରିଚାଳନା କରିଥିଲେ । ମହାସଂଘର ବୈଠକରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ରାତ୍ରରେ ଦଣ୍ଡନାଚ କମିଟି ପକ୍ଷରୁପରିବେଷଣ କରାଯାଉଥିବା ନାଟକରେ ହେଉଥିବା ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ନେଇ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘ ଆଲୋଚନା କରାଯାଇଥିଲା ।ବ୍ଳକର ବିଭିନ୍ନ ଦଣ୍ଡ କମିଟିରୁ ଆସିଥିବା ଦଣ୍ଡ ଯାତ୍ରା କମିଟିର ସଦସ୍ୟମାନେ ମଧ୍ୟ ଅଶ୍ଳୀଳ ନୃତ୍ୟକୁ ପ୍ରଶ୍ରୟ ନ ଦେବା ପାଇଁ ପରାମର୍ଶ ଦେଇଥିଲେ ।ତେଣୁ ଦଣ୍ତନାଚ ସମୟରେ ରେକର୍ଡ ଡ୍ୟାନ୍ସ ରେ ଅଶ୍ଳୀଳ ନୃତ୍ୟ ଯେ ପରି ନ ହେବ ସମସ୍ତେ ଯତ୍ନବାନ ହେବା ପାଇଁ ବକ୍ତବ୍ୟ ରଖିଥିଲେ । ଏହା ସହିତ ଦିନକୁ ଦିନ ନାରୀ ଅଭିନେତ୍ରୀଙ୍କ ଅହେତୁକ ପାଉଣା ବୃଦ୍ଧିକୁ ମହାସଂଘ ନାପସନ୍ଦ କରିବା ସହ ନାରୀ ଅଭିନେତ୍ରୀଙ୍କ ପାଇଁ ଦିନ ଅନୁସାରେ ପାଉଣା ଧାର୍ଯ୍ୟ କରାଯାଇଛି । ନାରୀ ଅଭିନେତ୍ରୀଙ୍କ ପାଇଁ ତେର ଦିନିଆ ଦଣ୍ଡ ନାଚରେ ୪୪ହଜାରରୁ ୪୭ ହଜାର ଟଙ୍କା, ୧୮ ଦିନିଆ ଦଣ୍ଡ ନାଚରେ ୫୦ ରୁ ୫୫ ହଜାର ଟଙ୍କା ଏବଂ ୨୧ ଦିନିଆ ଦଣ୍ଡନାଚରେ ୫୫ ରୁ ୬୩ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ।ସେହିପରି ବୈଠକରେ ଚଳିତ ବର୍ଷର ଦଣ୍ଡଯାତ୍ରା ପାଇଁ ଧାର୍ଯ୍ୟ କରାଯାଇଥିବା ପଞ୍ଚୁଦଣ୍ଡ ଏବଂ ଅଷ୍ଟ ଦଣ୍ଡର ନିୟମାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା ।ବ୍ଲକ ର ସମସ୍ତ ଦଣ୍ଡ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।ଏଥିରେ ଲିଖୁ ସାହୁ, କାଶୀନାଥ ସାହୁ,ବ୍ରଜେନ୍ଦ୍ର ନାଥ ପତି, ଶଙ୍କର ବେହେରା, ଶଙ୍କର ଦଳେଇ, ଶିବାସୀଷ ସାହୁ ଓ ସଞ୍ଜୟ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.